ଗଞ୍ଜାମ,(ବାଘୁଆବାର୍ତ୍ତା): ମୁଖ୍ୟମନ୍ତ୍ରୀ ଘୋଷଣା ପରେ ଆଜି ସ୍ମାର୍ଟ କ୍ଲାସ୍ରୁମର ଶୁଭାରମ୍ଭ ହୋଇଯାଇଛି । ଏହି ସ୍ମାର୍ଟ କ୍ଲାସ୍ ରୁମ ଗଞ୍ଜାମ ଜିଲ୍ଲାରୁ ଶୁଭାରମ୍ଭ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ମିଳିଥିବା ସୂଚନାନୁସାରେ, ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ ଅନ୍ତର୍ଗତ କାଳିପଲ୍ଲୀ ପ ।ୟତରେ ଆଜି ଗଣଶିକ୍ଷା ମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆମେରିକା-ଇଣ୍ଡିଆ ଫାଉଣ୍ଡେସନ୍, ଶିକ୍ଷା ବିଭାଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗିତାରେ ଏହି ସ୍ମାର୍ଟ କ୍ଲାସ୍ରୁମ୍ର ଶୁଭାରମ୍ଭ କରିବା ସହିତ ଛାତ୍ରପୁର ବ୍ଲକ୍ର ୧୮ଟି ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ୍ରୁମ ଆରମ୍ଭ ହୋଇଛି । ଏହି ସ୍ମାର୍ଟ କ୍ଲାସ ଛାତ୍ରଛାତ୍ରୀଙ୍କ ସମସ୍ତ ବିଷୟରେ ଜ୍ଞାନ ପାଇପାରିବା ସହିତ ପାଠୂପୁସ୍ତକ ଠାରୁ ଆରମ୍ଭ କରି ବିଭିନ୍ନ ବିଷୟରେ ଏହି ସ୍ମାର୍ଟ କ୍ଲାସ ଛାତ୍ରଛାତ୍ରୀଙ୍କ ପାଇଁ ସହାୟକ ହେବ । ଅଧ୍ୟୟନ ସମୟରେ କୌଣସି ଅସୁବିଧାକୁ ଦୁର କରିବା ସହ ଶିକ୍ଷାଦାନ ସମ୍ବନ୍ଧରେ ସ୍ମାର୍ଟ କ୍ଲାସ ରୁମ ବିଦ୍ୟାର୍ଥୀଙ୍କ ଉପଯୋଗୀ ହେବ ବୋଲି ମୁଖ୍ୟଅତିଥି ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ।





