Tuesday, November 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସବାଇ ଘାସରେ ପ୍ରସ୍ତୁତ ସାମଗ୍ରୀର ଆଦର ବଢ଼ୁଛି

by ସଞ୍ଜୟ ସ୍ୱାଇଁ
January 30, 2021
in Feature News, State
ସବାଇ ଘାସରେ ପ୍ରସ୍ତୁତ ସାମଗ୍ରୀର ଆଦର ବଢ଼ୁଛି
268
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା):ଆଦିବାସୀ ଅଧ୍ୟୁଷିତ ମୟୁରଭଂଜ ଜିଲ୍ଲାରେ ସବାଇ ଘାସ ରୋଜଗାରର ଏକ ମୁଖ୍ୟ ପନ୍ଥା ଭାବରେ ଗଣ୍ୟ ହୋଇଥାଏ । କାଗଜ ଓ ଦଉଡ଼ି ପ୍ରସ୍ତୁତିରେ ସବାଇ ଘାସର ବହୁଳ ବ୍ୟବହାର ସମ୍ପର୍କରେ ସମସ୍ତଙ୍କର ଧାରଣା ରହିଛି । ମାତ୍ର ସବାଇ ଘାସରୁ ଖୁବ୍ ଉନ୍ନତ ଧରଣର ତଥା ଆକର୍ଷଣୀୟ ହସ୍ତଶିଳ୍ପଜାତ ସାମଗ୍ରୀ ଯେ ପ୍ରସ୍ତୁତ ହୋଇପାରେ, ତାହାର ଜ୍ୱଳନ୍ତ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ରାଜଧାନୀ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଏ ବର୍ଷର ଆଦିବାସୀ ମେଳାରେ । ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ୱାରା ସବାଇ ଘାସରେ ପ୍ରସ୍ତୁତ ହସ୍ତକଳା ସାମଗ୍ରୀ ମେଳାର କେତେକ ମଣ୍ଡପରେ ପ୍ରଦର୍ଶନ କରାଯାଉଛି । ଏହି ସାମଗ୍ରୀ ଗୁଡିକ ଖୁବ୍ ନିଖୁଣ ଓ ଆକର୍ଷଣୀୟ ଶୈଳୀରେ ପ୍ରସ୍ତୁତ ହୋଇଥିବାରୁ ଦର୍ଶକଙ୍କ ଆଗ୍ରହ ସ୍ୱତଃ ବୃଦ୍ଧି ପାଉଛି । ସବାଇ ଘାସରୁ ତିଆରି ସାମଗ୍ରୀ ଗୁଡିକ ମଧ୍ୟରୁ ଫୁଲ ଚାଙ୍ଗୁଡି, ପାଚିଆ, ବ୍ୟାଗ୍ ସହିତ ବିଭିନ୍ନ ଘରକରଣା ଉପକରଣ ରାଜ୍ୟ ବାହାରେ ମଧ୍ୟ ଆଦୃତି ଲାଭ କରିଛି । ଆଦିବାସୀ ମାନେ ନିଜ ଗ୍ରାମରେ ସବାଇ ଘାସ ଚାଷ କରି ସେ ସବୁକୁ ଆଣି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ମେଳା ମଣ୍ଡପରେ ତାହାର କେବଳ ପ୍ରଦର୍ଶନ ଓ ବିକ୍ରି କରାଯାଉ ନାହିଁ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ନିଜ ହାତରେ ତାହାକୁ ବୁଣି ଚାଲିଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ଲୋଧାଙ୍କ ଅଧ୍ୟୁଷିତ ମୋରଡା ଓ ଶୁଳିଆପଦା ବ୍ଲକର ମହିଳା ଆଗରୁ ଘୋର ଦାରିଦ୍ର୍ୟ ଓ ଅନାଟନ ମଧ୍ୟରେ ଜୀବନ ଅତିବାହିତ କରୁଥିବା ବେଳେ ଏବେ ସବାଇ ଘାସରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ବେଶ୍ ଦୁଇ ପଇସା ରୋଜଗାର କରିପାରୁଛନ୍ତି । କେତେକ ସ୍ୱୟଂ ସହାୟକ ଗୋଷ୍ଠୀ ସବାଇ ଘାସରେ ଫୁଲ ଝୁଡି, ଡଷ୍ଟବିନ୍, ମ୍ୟାଟ୍, ହଟ୍କେସ୍, ସପିଙ୍ଗ୍ ବ୍ୟାଗ୍, ବୋତଲ, ବ୍ୟାଗ୍, ଟ୍ରେ ଆଦି ପ୍ରସ୍ତୁତ କରିଛନ୍ତି । ସିନ୍ଦୁର ଫରୁଆ, ପେନ୍ ଷ୍ଟାଣ୍ଡ୍, କାନଫୁଲ, ମୁଦି, ଫାଇଲ୍ କଭର୍ ଆଦି ସବାଇ ଘାସରେ ତିଆରି କରାଯାଉଛି ବୋଲି ମେଳା ମଣ୍ଡପରେ ଆଦିବାସୀ ମହିଳା ସୂଚନା ଦେଇଥିଲେ । ମୟୁରଭଂଜ ଜିଲ୍ଳାର ୧୩ଟି ମାଇକ୍ରୋ ପ୍ରୋଜେକ୍ଟରେ ଏହି ପ୍ରସ୍ତୁତି ଚାଲିଥିବାର ଦାୟିତ୍ୱରେ ଥିବା ମହିଳା ଅଧିକାରୀ ମମତା ଗ୍ରହାଚାର୍ଯ୍ୟ କହିଥିଲେ । ଆଦିବାସୀ ମେଳାର ଆଜିଥିôଲା ପଂଚମ ଦିବସ । ଛୁଟିଦିନ ଥିବାରୁ ମେଳା ପରିସରରେ ବେଶ୍ ଗହଳି ଲକ୍ଷ୍ୟ କରାଯାଇଥିଲା । ଶୀତୁଆ ଅପରାହ୍ନରେ କିଣାବିକାର ମଜା ନେଇଥିଲେ ସହସ୍ରାଧିକ ଦର୍ଶକ । ବିଭିନ୍ନ ହସ୍ତଶିଳ୍ପ ଜାତ ସାମଗ୍ରୀ ପ୍ରଦର୍ଶନ କରାଯାଉଥିବା ଷ୍ଟଲରେ ଅପେକ୍ଷାକୃତ ଅଧିକ ଭିଡ଼ ହୋଇଥିଲା । ବହୁ ମହିଳା ହାତରେ ଫୁଲଝାଡୁ ଓ ଅନ୍ୟ ଘରକରଣା ସାମଗ୍ରୀ ଧରି ଫେରୁଥିବାର ନିଆରା ଦୃଶ୍ୟ ପରିଲକ୍ଷିତ ହୋଇଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!