ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଫେବୃୟାରୀ ୬ ତାରିଖରୁ ଖୋଲିବ ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନାନୁସାରେ, ମହାମାରୀ କୋଭିଡ୍-୧୯ ଭାଇରସ୍ ଆତଙ୍କରେ ଦୀର୍ଘ ୧୦ମାସ ଧରି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ହୋଇଥିଲା । ତେବେ ରାଜ୍ୟରୁ ଧିରେ ଧିରେ ମହାମାରୀ କୋଭିଡ୍-୧୯ ଭାଇରସ୍ କାୟା ମଳିନ ପଡ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଫେବୃୟାରୀ ୬ ତାରିଖରୁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଖୋଲିବା ପାଇଁ ନିଷ୍ପ ି ନେଇଛନ୍ତି । ଏଥର ସମସ୍ତ ଛାତ୍ରଛାତ୍ରୀ ଶ୍ରେଣୀ ଗୃହରେ ବସି ପାଠ ପଢିବାର ସୁବିଧା ପାଇପାରିବେ । ବିଜ୍ଞପ୍ତି ଅନୁସାରେ, ଶେଷ ସେମିଷ୍ଟାର ପରୀକ୍ଷା ୧୬ଜୁନ୍ ଠାରୁ ୩୦ଜୁନ୍ ପର୍ଯ୍ୟନ୍ତ ହେବାକୁ ଥିବା ବେଳେ ଅନ୍ୟ ସେମିଷ୍ଟାର ଗୁଡିକ ମେ ମାସ ୧୬ତାରିଖରୁ ମେ ୩୧ ପର୍ଯ୍ୟନ୍ତ ହେବ ବୋଲି ସୂଚନା ମିଳିଛି ।





