Sunday, September 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୯ ଲକ୍ଷ ଟଙ୍କାର ନକଲି ନୋଟ କାରବାର, ୩ ଗିରଫ

by ସଞ୍ଜୟ ସ୍ୱାଇଁ
November 29, 2024
in Crime, State
୧୯ ଲକ୍ଷ ଟଙ୍କାର ନକଲି ନୋଟ କାରବାର, ୩ ଗିରଫ
175
VIEWS
Share on FacebookShare on Twitter

ବ୍ରହ୍ମପୁର, (ବାଘୁଆବାର୍ତ୍ତା): ନକଲି ନୋଟ କାରବାର ରାକେଟର ପର୍ଦ୍ଦାଫାଶ । ବ୍ରହ୍ମପୁରର ଜଣେ ବ୍ୟବସାୟୀଙ୍କୁ ଠକି ୧୯ ଲକ୍ଷ ଟଙ୍କାର ନକଲି ନୋଟ ରଖି ସେହି ପରିମାଣର ଅସଲି ନୋଟ ନେଇ ଚମ୍ପଟ ମାରିଥିବା ଠକଙ୍କୁ କାବୁ କଲା ବ୍ରହ୍ମପୁର ବୈଦ୍ୟନାଥପୁର ପୋଲିସ । ନକଲି ନୋଟ୍ କାରବାର ସଂପୃକ୍ତ ଅଭିଯୋଗରେ ପୋଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଏବେ ପି ଜଣେ ଅଭିଯୁକ୍ତ ଫେରାର୍ ଅଛି । ଗିରଫ ଅଭିଯୁକ୍ତ ମାନେ ହେଲେ କଟକର ଅଜୟ ମହାପାତ୍ର, ବଟକୃଷ୍ଣ ପ୍ରଧାନ ଏବଂ ବ୍ରହ୍ମପୁରର ଶିବଶଙ୍କର ପଟ୍ଟନାୟକ । ପୂର୍ବ ଆଲୋଚନା ଅନୁଯାୟୀ ୬୦ ଲକ୍ଷ ଟଙ୍କାର ଝୁମର ପାଇଁ ପ୍ରଥମେ ୧୯ ଲକ୍ଷ ଟଙ୍କା ଦେବାକୁ ବ୍ରହ୍ମପୁରର ବ୍ୟବସାୟୀ ପ୍ରମୋଦ ସାହୁଙ୍କୁ କହିଥିଲେ ଦଲାଲ । ପ୍ରମୋଦ ଟଙ୍କା ଦେବାକୁ କଟକର ୨ ଜଣ ବ୍ୟକ୍ତିଙ୍କୁ ନୂଆ ବସ୍‌ଷ୍ଟାଣ୍ଡ ନିକଟକୁ ଡାକିଥିଲେ । ସୁଯୋଗ ଦେଖି ଅଭିଯୁକ୍ତମାନେ ପ୍ରମୋଦଙ୍କ ଟ୍ରଙ୍କର ତାଲା ଖୋଲି ଅସଲି ୧୯ ଲକ୍ଷ ବାହାର କରି ନକଲି ୧୯ ଲକ୍ଷ ଟଙ୍କାର କାଗଜ ନୋଟ ଭର୍ତ୍ତି କରି ଦେଇଥିଲେ । ଏହାପରେ ଅଭିଯୁକ୍ତମାନେ ପ୍ରମୋଦ ଏବଂ ତାଙ୍କ ସହଯୋଗୀଙ୍କୁ ଟ୍ରଙ୍କଟିକୁ ଅନ୍ୟ ଏକ ସ୍ଥାନକୁ ଆଣିବାକୁ କହିଥିଲେ । ଟ୍ରଙ୍କଟି ପୂର୍ବାପେକ୍ଷା ଓଜନିଆ ଲାଗିବାରୁ ପ୍ରମୋଦ ଓ ତାଙ୍କ ସହଯୋଗୀ ଯାଞ୍ଚ କରିବା ବେଳେ ସେଥିରୁ ନକଲି କାଗଜ ନୋଟ୍ ବାହାରିଥିଲା । ପ୍ରମୋଦ ବୈଦ୍ୟନାଥପୁର ଥାନାକୁ ଖବର ଦେଇ ଏନେଇ ଜଣାଇଥିଲେ । ବୈଦ୍ୟନାଥପୁର, ଗୋପାଳପୁର, ଗୋଳନ୍ଥରା ଓ ଛତ୍ରପୁର ଆଇଆଇସିଙ୍କୁ ନେଇ ଗଠିତି ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦୁଇ ଅଭିଯୁକ୍ତଙ୍କୁ କାବୁ କରିଥିଲେ । ଅଭିଯୁକ୍ତଙ୍କ ନିକଟରୁ ନଗଦ ୧୯ ଲକ୍ଷ ଟଙ୍କା ଜବତ ହୋଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!