ଟାଙ୍ଗୀ, (ବାଘୁଆବାର୍ତ୍ତା): ପୁଷ୍ପା ଷ୍ଟାଇଲ୍ ରେ କାଠ ପଟା ହେଉଥିଲା ଚାଲାଣ। ତଳେ କାଠ କୁ ରଖି ଉପର ଭାଗରେ ମାଛ ବକ୍ସରେ ବରଫ ଭର୍ତ୍ତି ଲୋଡ଼ ହୋଇ ଚାଲାଣ ହେଉଥିଲା ଦାମୀ କାଠ । ଲାଭବାନ ହୋଇଥାନ୍ତା ଚୋରାଚାଲାଣ ଚାଲାଣ କାରୀ କାଠ ମାଫିଆ । ହେଲେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ନୀତିରେ ମାଡିବସିଲା ବନ୍ୟପ୍ରାଣୀ ବିଭାଗ। ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଅଧୀନସ୍ଥ ଟାଙ୍ଗୀ ରେଞ୍ଜ ର ବନ୍ୟପ୍ରାଣୀ ବିଭାଗ ରାତ୍ରି ପେଟ୍ରୋଲିଂ ସାରି ଫେରୁଥିବା ବେଳେ ବିଭାଗୀୟ ପେଟ୍ରୋଲିଂ ଗାଡି କୁ ଦେଖି ଚୋରା କାଠ ଲୋଡ଼ ଥିବା ଗାଡି ଇତଃସ୍ତତଃ ହୋଇ ଦ୍ରୁତଗତିରେ ଗାଡି ଚଳାଇବାପରେ ପେଟ୍ରୋଲିଂ ଗାଡି ଫଲୋ କରିଥିଲା।
ପରବର୍ତ୍ତୀ ଅବସ୍ତାରେ ଚୋରା ଚାଲାଣ କାଠ ଅଶୋକ ଲେଲାଣ୍ଡ ନମ୍ଵର୍ OD 02 BJ 5857 ଗାଡି କୁ ଚିଲିକା ଅଂଚଳର ଗଇନଡ଼ା ଠାରେ କାବୁ କରି ସିଜ କରିଥିଲା ବିଭାଗୀୟ ବନ୍ୟପ୍ରାଣୀ।କିନ୍ତୁ କାଠ ପଟା ଜଙ୍ଗଲ ବିଭାଗ ଅଧିନରେ ଥିବା ହେତୁ, ସମ୍ପୂର୍ଣ୍ଣ ଦସ୍ତାବିଜ ପ୍ରମାଣ ପତ୍ର ସହ ଟାଙ୍ଗି ବନ୍ୟପ୍ରାଣୀ ବିଭାଗ କାଠ ଓ ଗାଡ଼ିକୁ ଟାଙ୍ଗି ବନ ବିଭାଗକୁ ହସ୍ତାନ୍ତର କରିବା ନେଇ ବିଭାଗୀୟ ଅଧିକାରୀ ବିରାଜ ଦାସ ସୂଚନା ଦେବା ସହ ଜବତ୍ କାଠ ଆବଶକୀୟ କାଗଜ ପତ୍ର ଗାଡ଼ିରେ ନଥିବାରୁ ସିଜ କରାଯାଇଛି ଏବଂ ପରବର୍ତ୍ତୀ ଅବସ୍ତାରେ ଏହାର ତଦନ୍ତ ବନବିଭାଗ କରିବ।





