ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ସହରର କ୍ଷୁଦ୍ର ବ୍ୟବସାୟୀ ତଥା ଉଠା ଦୋକାନୀ ଓ ବୁଲା ବିକାଳିଙ୍କ ନିମନ୍ତେ ପିଏମ ସ୍ୱ-ନିଧି ଯୋଜନା ସମ୍ପର୍କୀୟ କର୍ମଶାଳା ଆଜିଠାରୁ ସ୍ଥାନୀୟ ସିଦ୍ଧେଶ୍ୱରୀ କଲ୍ୟାଣ ମଣ୍ଡପଠାରେ ଆରମ୍ଭ ହୋଇଛି । ଏହା ଡିସେମ୍ବର ୨ ତାରିଖ ପର୍ୟ୍ୟନ୍ତ ଚାଲୁ ରହିବ। ସେମାନଙ୍କ ବ୍ୟବସାୟକୁ ବୃଦ୍ଧି ସହିତ ଅଧିକ ଆତ୍ମ ନିର୍ଭର ହେବାକୁ କେନ୍ଦ୍ର ସରକାର ଯୋଜନା ଆରମ୍ଭ କରିଛନ୍ତି। ଏବେ ସେମାନଙ୍କୁ ଋଣ ମିଳିବା ପରେ ସେମାନଙ୍କ ପରିବାର ଖୁସି ହେବେ। ଉଠା ଦୋକାନୀଙ୍କ ପାଇଁ ସରକାର ବିଭିନ୍ନ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ବିଭିନ୍ନ ବ୍ୟାଙ୍କ ସହିତ ସିଧାସଳଖ ସମ୍ପର୍କ ସ୍ଥାପନ ଓ ସମନ୍ୱୟ ଆର୍ଥିକ ସ୍ଥିତିକୁ ମଜଭୁତ କରିବା ଏହାର ଲକ୍ଷ ରହିଛି। ପୈାର ପରିଷଦ ଅଧ୍ୟା ଅଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ୟ୍ୟ କର୍ମଶାଳାରେ ଯୋଗ ଦେଇ ଉଠା ଦୋକାନୀଙ୍କ ବିକାଶ ଓ ଚଳଣୀ ସମ୍ପର୍କରେ ଆଲୋକପାତ କରିଥିଲେ। ସମସ୍ତ ଉଠା ଦୋକାନୀ ମାନେ କର୍ମଶାଳାରେ ଯୋଗ ଦେବାକୁ ଅନୁରୋଧ କରାଯାଉଛି । କାର୍ୟ୍ୟକ୍ରମକୁ ଗୋଷ୍ଠୀ ସଙ୍ଗଠିକା ଇନ୍ଦୁମତୀ ପରିଡା, ସୁନିଲ ହୋତା, ସଂଜୀବ ବିଶ୍ୱାଳ ପ୍ରମୁଖ କର୍ମଚାରୀ ପରିଚାଳନା କରିଥିଲେ ।






