ଭୁବନେଶ୍ୱର,(ବାଘୁଆବା ର୍ା): ଦୀର୍ଘ ୯ମାସ ଧରି ବନ୍ଦ ଥିବା ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ଫେବୃୟାରୀ ୨ ତାରିଖରେ ଖୋଲିବା ନେଇ ସୂଚନା ମିଳିଛି । ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ନିର୍ଦ୍ଦେଶକଙ୍କ ସୂଚନାନୁସାରେ, ଆସନ୍ତା ଫେବୃୟାରୀ ୨ ତାରିଖରୁ ବୁର୍ଲା ପ୍ଲାନେଟୋରିୟମ୍ ଓ ଖଣ୍ଡପଡ଼ା ପଠାଣି ସାମନ୍ତ ସଂଗ୍ରହାଳୟ ଖୋଲାଯିବ । କୋଭିଡ୍-୧୯ କଟକଣା ମାନି ପ୍ରତ୍ୟେକ ସୋମବାର ବ୍ୟକ୍ତିତ୍ୱ ଅନ୍ୟ ସବୁଦିନ ଖୋଲା ରହିବ । ପ୍ଲାନେଟୋରିୟମ୍କୁ ଦର୍ଶକଙ୍କୁ ଯିବାକୁ ଅନୁମତି ମିଳିବ । ପ୍ରତ୍ୟେକ ସୋ’ରେ ସର୍ବାଧିକ ୫୦ ଜଣ ଦର୍ଶକଙ୍କୁ ଯିବାକୁ ଅନିମତି ମିଳିବ ।





