ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା): ନୂଆଦିଲ୍ଲୀରେ ଘଟିଛି ବଡ଼ ଧରଣର ବିସ୍ପୋରଣ । ଏହି ବିସ୍ପାରଣରେ କିଛି ଗାଡ଼ିମଟର କ୍ଷତି ଗ୍ରସ୍ତ ହୋଇଛି । ସୂଚନାନୁସାରେ, ନୂଆଦିଲ୍ଲୀ ଇସ୍ରାଏଲ ଦୂତବାସ ନିକଟରେ ଆଜି ଅପରାହ୍ଣରେ ଘଟିଛି ବଡ଼ ବିସ୍ପୋରଣ । ତେବେ ଏହି ବିସ୍ପୋରଣରେ କୌଣସି ବ୍ୟକ୍ତି ବିଶେଷଙ୍କ ମୃତହାତ ହୋଇନଥିବା ବେଳେ କେବଳ ସେଠାରେ ଥିବା କିଛି ଗାଡ଼ି ମଟରର କ୍ଷତିଗ୍ରସ୍ତ ହୋଇଥିବା ଦିଲ୍ଲୀ ପୁଲିସ୍ ପକ୍ଷରୁ ସୂଚନା ମିଳିଛି ।






