Tuesday, November 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

“ଆମ ଖୁସି ଆମ ସୁରକ୍ଷା” ପ୍ରୋଜେକ୍ଟ ଆରମ୍ଭ

by ସଞ୍ଜୟ ସ୍ୱାଇଁ
January 29, 2021
in Feature News
“ଆମ ଖୁସି ଆମ ସୁରକ୍ଷା”  ପ୍ରୋଜେକ୍ଟ ଆରମ୍ଭ
421
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା) : ରାଜଗାଙ୍ଗପୁର ପୋଲିସ ଷ୍ଟେସନ ପରିସରରେ ପ୍ରଥମ ପୋଲିସ ଷ୍ଟେସନକୁ ଡିଆଇଜି କବିତା ଜଲାନ ଉଦ୍ଘାଟନ କରିଛନ୍ତି । ଏସପି ସାଗରିକା ନାଥ ଏହି କାର୍ଯ୍ଯକ୍ରମରେ ଉପସ୍ଥିତ ଥିଲେ । ଆଜିର ପିଲା ହେଉଛନ୍ତି ଆସନ୍ତା କାଲିର ଭବିଷ୍ୟତ । ସେମାନଙ୍କର ସ୍ଵାଧୀନତା ଓ ସୁରକ୍ଷା ପାଇଁ ପ୍ରତ୍ୟକେ ବ୍ୟକ୍ତି ଚିନ୍ତିତ ହେବା ଉଚିତ । ଏହି ପିଲାମାନଙ୍କର ସୁରକ୍ଷା,କଲ୍ୟାଣ ଓ ସାମାଜିକ ଦୁଷ୍କର୍ମରୁ ରକ୍ଷା କରିବାପାଇଁ ସୁନ୍ଦରଗଡ଼ ପୋଲିସ ଆଜି “ଆମ ଖୁସି ଆମ ସୁରକ୍ଷା” ନାମରେ ଏକ ପ୍ରୋଜେକ୍ଟ ଆରମ୍ଭ କରିଛନ୍ତି । ଏହି ପ୍ରୋଜେକ୍ଟରେ ଆଜି ରାଜଗାଙ୍ଗପୁର ପୋଲିସ ଷ୍ଟେସନ ପରିସରରେ ପ୍ରଥମ ପୋଲିସ ଷ୍ଟେସନକୁ ଡିଆଇଜି ୱେଷ୍ଟନ ରେଞ୍ଜ କବିତା ଜଲାନ ଉଦ୍ଘାଟନ କରିଛନ୍ତି । ଏହାପରେ ଆଉ ୫ ଟି ପୋଲିସ ଷ୍ଟେସନ ଭାସ୍ମା, ବଦଗାଁଓ, କୁତ୍ରା,ଟାଉନ ଓ ବୀରମିତ୍ରପୁରକୁ ନିଆଯିବ । ପ୍ରୋଜେକ୍ଟ ଅଧୀନରେ ଜିଲ୍ଲାର ପ୍ରତ୍ୟେକ ପୋଲିସ ଷ୍ଟେସନକୁ NCPCR ର ନିର୍ଦ୍ଦେଶାବଳୀ ଅନୁଯାୟୀ ଶିଶୁ ସୁରକ୍ଷା କରିବାପାଇଁ ପଦକ୍ଷେପ ନିଆଯିବ ।

ପ୍ରୋଜେକ୍ଟରେ ୪ ଟି ଉଦ୍ଦେଶ୍ୟ ହେଉଛି : ପ୍ରଥମତଃ – ପିଲାମାନଙ୍କ ନିକଟରେ ପୋଲିସ କର୍ମଚାରୀଙ୍କୁ ଅଧିକ ନିକଟତର କରିବା । ଯାହାଦ୍ଵାରା ସେମାନେ ଭୟଭୀତ ନହୋଇ ପୋଲିସକୁ ନିଜର ମନକଥା କହିପାରିବେ । ଦ୍ବିତୀୟତଃ-ଯୌନ ଶୋଷଣର ଶିକାର ହୋଇଥିବା ପୀଡ଼ିତାଙ୍କୁ ମାନସିକ ଯତ୍ନ ଓ ପରାମର୍ଶ ଦେଇ ସେମାନଙ୍କ ଆବଶ୍ୟକତାକୁ ପୂରଣ କରିବା । ତୃତୀୟତଃ- ପିଲାମାନଙ୍କ ସହିତ ଯୋଗାଯୋଗ କରିବା ପାଇଁ ଏକ ପ୍ଲାଟଫର୍ମ ତିଆରି କରିବା । ଚତୁର୍ଥ – ଶିଶୁ ଅପରଧକୁ ରୋକିବା ଓ ଶିଶୁ ସୁଧାରରେ ସହାୟତା ପାଇଁ କାର୍ଯ୍ୟ କରିବା । ଏହି ପ୍ରୋଜେକ୍ଟକୁ ଆରମ୍ଭ କରିବା ପାଇଁ ୩ଟି ପର୍ଯ୍ୟାୟ ରହିଛି ସେଗୁଡିକ ହେଉଛି :

ଇନଫ୍ରାଷ୍ଟ୍ରକଚର ଡେଭଲପମେଣ୍ଟ-

ପିଲାମାନଙ୍କୁ ଏକ ନିରାପଦ ଓ ଶାନ୍ତ ପରିବେଶ ଯୋଗାଇବା ପାଇଁ ଏକ ପୃଥକ ଗୃହ ରହିବ ଯାହାର ନାମ ଆନନ୍ଦ ଘର(Ananda ghara) ରଖାଯାଇଛି । ଏହି ସ୍ଥାନରେ ଜଣେ ଚାଇଲ୍ଡ ୱେଲଫେୟାର ଅଫିସର୍ ଦାୟିତ୍ୱରେ ରହିବେ ।

କାପାସିଟି ବିଲଡିଂ-
ଦୁଇଜଣ ମହିଳା କର୍ମଚାରୀଙ୍କୁ ଉଭୟ ଆଇନ ବିଶେଷଜ୍ଞ ତଥା ସାଇକୋଲୋଜି କ୍ଷେତ୍ରର ବିଶେଷଜ୍ଞଙ୍କ ଠାରୁ ତାଲିମ ପ୍ରଦାନ କରାଯିବ କାରଣ ଦୁର୍ବ୍ୟବହାର ଶିକାର ହେଉଥିବା ପୀଡ଼ିତା ଏହାର ସାମ୍ନା କରିପାରିବେ । ଏହି ତାଲିମ ମଦ୍ୟୁଲରେ ନାବାଳକ ଜଷ୍ଟିସ ଆକ୍ଟ ,POCSO ଆକ୍ଟ,ବାଲ୍ୟ ବିବାହ ଆଦି ରହିବ ।

କାମ୍ୟୁନିଟି ପାର୍ଟିସିପେଶନ-
ପାରସ୍ପରିକ ସମ୍ପର୍କକୁ ସୁଦୃଢ କରିବାପାଇଁ ପରବର୍ତ୍ତୀ ପର୍ଯ୍ୟାୟରେ ବିଭିନ୍ନ ବିଦ୍ୟାଳୟର ପିଲାମାନଙ୍କୁ ପୋଲିସ ଷ୍ଟେସନକୁ ଆମନ୍ତ୍ରିତ କରାଯିବ । ସେମାନେ ପୋଲିସର କାର୍ଯ୍ୟକଳାପ ଓ ଭୂମିକା ବିଷୟରେ ଜାଣିପାରିବେ । ଏହି ପଦକ୍ଷେପକୁ ‘ୱାନ ଡେ ଆଟ ୟୋର ପୋଲିସ ଷ୍ଟେସନ’ କୁହାଯିବ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!