Wednesday, September 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପାର୍ଲାମେଣ୍ଟରେ ଆଦାନୀ ଝଡ଼, ଚାଲି ପାରିଲାନି ଗୃହ

by ସଞ୍ଜୟ ସ୍ୱାଇଁ
November 25, 2024
in NATIONAL NEWS
ପାର୍ଲାମେଣ୍ଟରେ ଆଦାନୀ ଝଡ଼, ଚାଲି ପାରିଲାନି ଗୃହ
102
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): ଆଦାନୀ ପ୍ରସଙ୍ଗରେ ପାର୍ଲାମେଣ୍ଟରେ ହଟ୍ଟଗୋଳ । ଆଜି ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ଏହି ପ୍ରସଙ୍ଗରେ ଚାଲିପାରିନାହିଁ ଲୋକସଭା ଓ ରାଜ୍ୟସଭା । ଲୋକସଭା ମାତ୍ର ଗୋଟିଏ ମିନିଟ ପାଇଁ ଚାଲିଥିବାବେଳେ ରାଜ୍ୟସଭାରେ ବିରୋଧୀ ଜୋରଦାର ହଙ୍ଗାମା କରିଛନ୍ତି । ପାର୍ଲାମେଣ୍ଟ ଅଧିବେଶନର ପ୍ରଥମ ଦିନରୁ ହିଁ ହଙ୍ଗାମା । ଆଦାନୀ ଓ ଅନ୍ୟ ପ୍ରସଙ୍ଗରେ ଚାଲିପାରିନାହିଁ ଲୋକସଭା ଓ ରାଜ୍ୟସଭାର ଗୃହକାର‌୍ୟ୍ୟ । ମାତ୍ର ଗୋଟିଏ ମିନିଟରେ ଲୋକସଭାକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଆଜି ଦିନ୧୧ଟାରେ ଲୋକସଭା ଗୃହକାର‌୍ୟ୍ୟ ଆରମ୍ଭ ହେବାମାତ୍ରେ ଶୋକପ୍ରସ୍ତାବ ଆଗତ କରିଥିଲେ ବାଚସ୍ପତି । ଏହାପରେ ଆଦାନୀ ପ୍ରସଙ୍ଗରେ ବିରୋଧୀ ହଙ୍ଗାମା କରିଥିଲେ । ବାଚସ୍ପତି ପ୍ରଥମେ ଗୃହକୁ ୧୧ଟା ୦୫ ଓ ପରେ ୧୨ ଯାଏଁ ମୁଲତବୀ ଘୋଷଣା କରିଥିଲେ । ବିରୋଧୀଙ୍କ ହଙ୍ଗାମାକୁ ଚେକ ଦେବାକୁ ବିଜେପି ସଦସ୍ୟ ମୋଦି-ମୋଦି ନାରା ଲଗାଇଥିଲେ । ୧୨ଟା ପରେ ହଙ୍ଗାମା ଜାରି ରହିବାରୁ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ରାଜ୍ୟସଭାରେ ବି ଆଜି ଆଦାନୀ ପ୍ରସଙ୍ଗରେ ଜୋରଦାର ହଙ୍ଗାମା କରିଛି କଂଗ୍ରେସ ଓ ବିରୋଧୀ ସଦସ୍ୟ । ଆଦାନୀ ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀ ୧୩ଟି ନୋଟିସ ଦେଇଥିଲେ । ରାଜ୍ୟସଭା ଅଧ୍ୟକ୍ଷଙ୍କୁ ସବୁ ନୋଟିସରୁ ଅଗ୍ରାହ୍ୟ କରି କଂଗ୍ରେସ ସଦସ୍ୟ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ କହିବା ପାଇଁ ସୁଯୋଗ ଦେଇଥିଲେ । ଖଡଗେ କହିଥିଲେ, ଅଦାନୀ ଉପରେ ଆମେରିକା ଆଣିଥିବା ଅଭିଯୋଗ ଗମ୍ଭୀର । କିନ୍ତୁ ଅଧ୍ୟକ୍ଷ ଏସମ୍ପର୍କିତ ନୋଟିସ ଅଗ୍ରାହ୍ୟ ହୋଇଥିବାରୁ ପ୍ରସଙ୍ଗ ଉଠାଯାଇପାରିବ ନାହିଁ କହିଥିଲେ । ଏହାର ପ୍ରତିବାଦରେ ବିରୋଧୀ ତାତିଥିଲେ ଓ ଗୃହରେ ହଙ୍ଗାମା କରିଥିଲେ । ଫଳରେ ଗୃହକୁ ପ୍ରଥମ ୧୧.୪୫ ଓ ପରେ ମୁଲତବୀ ଘୋଷଣା କରାଯାଇଥିଲା । ଆଦାନୀ ପ୍ରସଙ୍ଗରେ ବିରୋଧୀ ଗୃହରେ ଆଲୋଚନା କରିବା ସହ ମିଳିତ ସଂସଦୀୟ କମିଟି ଗଠନ କରିବାକୁ ଦାବି କରୁଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!