Tuesday, May 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗାଁରେ ନାହିଁ ବିଦ୍ୟାଳୟ-ଅଙ୍ଗନବାଡ଼ି, ରୋଗୀଙ୍କୁ ଭରସା ଖଟିଆ

by ସଞ୍ଜୟ ସ୍ୱାଇଁ
November 24, 2024
in Feature News
ଗାଁରେ ନାହିଁ ବିଦ୍ୟାଳୟ-ଅଙ୍ଗନବାଡ଼ି, ରୋଗୀଙ୍କୁ ଭରସା ଖଟିଆ
77
VIEWS
Share on FacebookShare on Twitter

ଝରିଗାଁ, (ବାଘୁଆବାର୍ତ୍ତା): ନଈର ଗୋଟିଏ ପାର୍ଶ୍ବରେ ଜୀବନ ଓ ଆରପାର୍ଶ୍ବରେ ଜୀବିକା। ନଈ ପାର ହୋଇପାରୁନାହିଁ ବିକାଶ। ଗାଁରେ ସରକାରୀ ଯୋଜନା ପହଞ୍ଚିପାରୁ ନାହିଁ। ଗାଁର ଗୋଟିଏ ବି ପରିବାରରେ ନାହିଁ ପାଇଖାନା। ବିଦ୍ୟୁତ ଓ ମୋବାଇଲ ନେଟୱର୍କ ସାତସପନ ପାଲଟିଛି। ଗାଁର ସମସ୍ତ ୩୦ ପରିବାର ଗରିବ ଶ୍ରେଣୀର ହୋଇଥିବା ବେଳେ ମାତ୍ର ୩ ଜଣଙ୍କୁ ହିଁ ମିଳିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ତାହା ବି ୮ ବର୍ଷ ହେବ ଫାଉଣ୍ଡେସନରେ ଅଟକି ରହିଛି। ସ୍କୁଲ ଦୂରର କଥା। ଗାଁର ପିଲା ମାଡିପାରୁ ନାହାନ୍ତି ଅଙ୍ଗନୱାଡି କେନ୍ଦ୍ର। ବହୁ ଶିଶୁ ଓ ଗର୍ଭବତୀ ଅପପୃଷ୍ଟିର ଶିକାର। ଏପରି ଏକ ଉପାନ୍ତ ଆଦିବାସୀ ଗ୍ରାମ ହେଲା ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଝରିଗାଁ ବ୍ଲକ ସଦର ମହକୁମାର କୁସୁମବାହାଲ। ଝରିଗାଁ ଠାରୁ ୩୨ କିଲୋମିଟର ଦୂର ଚକଲାପଦର ପଂଚାୟତ ଅନ୍ତର୍ଗତ କୁସୁମବାହଲ ଗ୍ରାମ ଦେଖିବାକୁ ମିଳିଛି। ଦୀର୍ଘ ୫୦ ବର୍ଷ ତଳେ କାଶୀପୁର ଅଞ୍ଚଳରୁ କିଛି ଆଦିବାସୀ ପରିବାର ଜୀବିକା ନିର୍ବାହ ପାଇଁ ଏଠାରେ ବସତି ସ୍ଥାପନ କରିଥିଲେ। ଗ୍ରାମବାସୀ ପାହାଡିଆ ଜମିରେ ବିଭିନ୍ନ କିସମର ଚାଷ କରି ପରିବାର ପୋଷଣ କରୁଛନ୍ତି। ଏହି ଗ୍ରାମକୁ ଯିବା ପାଇଁ ହେଲେ ଗାଇବନ୍ଧା ଗ୍ରାମ କିମ୍ବା ସାଗଜବା ଗ୍ରାମ ଦେଇ ଯିବା ପାଇଁ ପଡେ। ଗାଇବନ୍ଧା ଗ୍ରାମ ଦେଇ ଗଲେ ତିନି କିଲୋମିଟର ଦୂର ଯିବା ପରେ ବଡ଼ ଘାଟି ଦେଇ କୁସୁମବାହଲ ଗ୍ରାମ ଯିବାକୁ ପଡ଼େ। ତେବେ ବଡ଼ ଘଟି ଠାରୁ ତିନି କିଲୋମିଟର ରାସ୍ତା ଖାଲଢ଼େପ ଥିବା ଓ ପଥୁରିଆ ରାସ୍ତା ଥିବା ବେଳେ ଜଙ୍ଗଲ ପାହାଡ଼ ଦେଇ ଟିପା ନଦୀ ପାର ହୋଇ ଯିବା ପାଇଁ ପଡ଼େ।

ସେହିପରି ସାଗଜବା ଗ୍ରାମ ଦେଇ ଗଲେ ସାଗଜବା ଠାରୁ ତିନି କିଲୋମିଟର ଶୋଚନୀୟ ରାସ୍ତା ଜଂଗଲ ପାହାଡ଼ ଦେଇ ଟିପା ନଦୀ ପାର ହୋଇ ଯିବା ପାଇଁ ପଡ଼େ। ଉଭୟ ରାସ୍ତାରେ ଟିପା ନଦୀ ପଡୁଥିବା ବେଳେ ପ୍ରଶାସନ ପକ୍ଷରୁ ପୋଲ ନିର୍ମାଣ ହୋଇନାହିଁ। ତେଣୁ ଅଧିକ ବର୍ଷା ହେଲେ କୁସୁମବାହଲ ଗ୍ରାମବାସୀ ଜଳ ବନ୍ଦୀରେ ରହୁଛନ୍ତି। ଉଭୟ ରାସ୍ତା ଖରାଫ ଥିବା ଯୋଗୁଁ ରୋଗୀ ଏବଂ ଗର୍ଭବତୀମାନଙ୍କୁ ବର୍ଷା ଦିନ ଗୁଡିକରେ ଟିପାନଦୀ ପାର ହୋଇ ଗାଇବନ୍ଧା ଗ୍ରାମ ପର୍ଯ୍ୟନ୍ତ ଖଟିଆରେ ବୋହି ନେବା ପାଇଁ ପଡୁଥିବା ଗ୍ରାମବାସୀ କହିଛନ୍ତି। ରାସ୍ତା ନଥିବା ଯୋଗୁଁ ପ୍ରାୟ ଗର୍ଭବତୀ ନିଜ ଗ୍ରାମରେ ପ୍ରସୂତି ହେଉଥିବା ଅଭିଯୋଗ କରିଛନ୍ତି। ସେହିପରି ଗ୍ରାମର ପ୍ରାୟ ଶିଶୁ ଅପପୃଷ୍ଟିର ଶିକାର ହୋଇଥିବା ଅଭିଯୋଗ ହୋଇଛି। ହାତ ଗୋଡ଼ ସରୁ ଥିବା ବେଳେ ପେଟ ବଢି ଯାଇଛି। ବୟସ ଅନୁପାତରେ ଶରୀର ଓ ଓଜନ ହ୍ରାସ ଥିବା ଅନୁମାନ କରାଯାଉଛି। ଗ୍ରାମର ହିତାଧିକାରୀ ମାନେ ଚାଉଳ ଏବଂ ଭତ୍ତା ଆଣିବା ପାଇଁ ୧୩ କିମି ଯିବାକୁ ପଡ଼େ। ରାସ୍ତା ନଥିବା ସହ ନଦୀ ପଡ଼ୁଥିବା ଯୋଗୁଁ ଟ୍ରାକ୍ଟର ଭଡା କରି ବସ୍ତା ପିଛା ୫୦ ଟଙ୍କା ଭଡା ଦେଇ ଚାଉଳ ଆଣୁଥିବା ଗ୍ରାମବାସୀ କହିଛନ୍ତି। ଭତ୍ତା ଆଣିବା ପାଇଁ ଗ୍ରାମର ଯୁବକମାନଙ୍କ ବାଇକରେ ତେଲ ଖର୍ଚ୍ଚ ଦେଇ ହିତାଧିକାରୀ ଭତ୍ତା ଆଣୁଥିବା ବେଳେ ଆଉ କିଛି ଚାଲିଚାଲି ପଞ୍ଚାୟତ ଯାଇ ଭତ୍ତା ଆଣୁଥିବା କହିଛନ୍ତି। ଗ୍ରାମରେ ଏଯାବତ ବିଦ୍ୟୁତ ସଂଯୋଗ ହୋଇନାହିଁ। ସନ୍ଧ୍ୟା ହେଲେ ସରୀସୃପ ଏବଂ ଜଙ୍ଗଲି ଜନ୍ତୁଙ୍କ ଭୟରେ କବାଟ ବନ୍ଦ ହୋଇଯାଏ। ପାଠ ପଡୁଥିବା ପିଲା ମାନେ ଡିବିରି ଆଲୁଅ ଉପରେ ଭରସା କରୁଛନ୍ତି। ଗ୍ରାମରେ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ବିଦ୍ୟାଳୟ ନଥିବା ବେଳେ ପିଲା ମାନେ ତିନି କିଲୋମିଟର ଦୂରରେ ଥିବା ଶାଗଜବା ଅଙ୍ଗନବାଡ଼ି କେନ୍ଦ୍ର ଏବଂ ଗାଇବନ୍ଧା ପ୍ରାଥମିକ ବିଦ୍ୟାଳୟ ଉପରେ ନିର୍ଭର କରୁଛନ୍ତି। ଜଙ୍ଗଲ ରାସ୍ତା ଯୋଗୁଁ ପିଲା ମାନେ ସ୍କୁଲ ଯିବା ପାଇଁ ଇଛା ପ୍ରକାଶ କରୁନଥିବା ଜଣାପଡିଛି।ମୋବାଇଲ ନେଟୱର୍କ ସୁବିଧା ନଥିବା ଯୋଗୁଁ କୌଣସି ଜରୁରୀ ସୂଚନା ନପାଇବା ସହ ଆମ୍ବୁଲାନ୍ସ ଯୋଗାଯୋଗ କରିବାରେ ସମସ୍ୟା ହେଉଛି। କୁସୁମବାହଲ ଗ୍ରାମରେ ଜଣେ ହେଲେ ହିତାଧିକାରୀଙ୍କ ଘରେ ଶୌଚାଳୟ ନାହିଁ । ସେହିପରି ଗ୍ରାମରେ କୌଣସି ହିତାଧିକାରୀ ଆବାସ ଯୋଜନାରେ ଘର ପାଇନଥିବା କହିଛନ୍ତି। ୨୦୧୬ ମସିହାରେ କୁସୁମବାହଲ ଗ୍ରାମର ତିନି ଜଣ ଆବାସ ଯୋଜନା ରେ ଘର ପାଇଥିବା ବେଳେ ୮ ବର୍ଷ ହେବ ଫାଉଣ୍ଡେସନରେ ଅଟକି ରହିଛି।

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026
ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

May 24, 2026
ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

May 24, 2026
ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

May 23, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!