Friday, June 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପର୍ଥ ଟେଷ୍ଟ, ଭାରତର ଟାର୍ଗେଟ ୫୩୪, ଅଷ୍ଟ୍ରେଲିଆ ୧୨/୩

by ସଞ୍ଜୟ ସ୍ୱାଇଁ
November 24, 2024
in NATIONAL NEWS, Sports
ପର୍ଥ ଟେଷ୍ଟ, ଭାରତର ଟାର୍ଗେଟ ୫୩୪, ଅଷ୍ଟ୍ରେଲିଆ ୧୨/୩
198
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): ଅଷ୍ଟ୍ରେଲିଆର ପର୍ଥରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍‌ରେ ଭାରତର ଦବଦବା ଦେଖିବାକୁ ମିଳିଛି। ପ୍ରଥମ ଇନିଂସରେ ଭାରତୀୟ ଟିମ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କିନ୍ତୁ ବୋଲିଂରେ ନିଜେ ଅଧିନାୟକ ଯଶପ୍ରୀତ ବୁମ୍ରା କମାଲ କରିବା ସହ ଅଷ୍ଟ୍ରେଲିଆକୁ ମାତ୍ର ୧୦୪ରେ ଅଲଆଉଟ କରିଦେଇଥିଲେ। ଭାରତ ୪୬ ରନର ଲିଡ୍‌ ହାସଲ କରିବା ପରେ ପର୍ଥରେ ଦେଖାଇଥିଲା ନିଜର ଜଳୱା। ଦ୍ୱିତୀୟ ଇନିଂସରେ ଭାରତ ପ୍ରାୟ ଦେଢ଼ ଦିନ ବ୍ୟାଟିଂ କରି ୬ ୱିକେଟ ବଳରେ ୪୮୭ ରନ କରିବା ପରେ ପାଳି ଘୋଷଣା କରିଛି। ଯଶସ୍ୱୀ ଜୈସୱାଲ ୧୬୧, ବିରାଟ କୋହଲି ଅପରାଜିତ ୧୦୦ ଓ କେଏଲ ରାହୁଲ ୭୭ ରନର ଦମଦାର ଇନିଂସ ଖେଳିଛନ୍ତି। ଅଷ୍ଟ୍ରେଲିଆ ୫୩୪ ରନର ଟାର୍ଗେଟ ପାଇଥିବା ବେଳେ ଆଜି ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା। ହେଲେ ଦଳ ପୁଣି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦ୍ୱିତୀୟ ଇନିଂସରେ ଆଜି ଅଷ୍ଟ୍ରେଲିଆ ୪.୨ ଓଭର ବ୍ୟାଟିଂ କରିଥିଲେ ହେଁ ୧୨ ରନରେ ୩ ୱିକେଟ ହରାଇ ସଙ୍କଟରେ ପଡ଼ିଛି। ବୁମ୍ରା ନିଜର ପ୍ରଥମ ଓଭରରେ ନାଥନ ମ୍ୟାକସ୍ୱିନୀଙ୍କୁ ଖାତା ଖୋଲିବା ପୂର୍ବରୁ ପ୍ରଥମେ ଆଉଟ କରିଥିଲେ। ସେହିପରି ମହମ୍ମଦ ସିରାଜ ନିଜର ଦ୍ୱିତୀୟ ଓଭରରେ ନାଇଟ ୱାଚମ୍ୟାନ ଭାବେ ଆସିଥିବା କଙ୍ଗାରୁ ଟିମର କ୍ୟାପ୍ଟେନ ପାଟ କମିନ୍ସ(୨)ଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ସେହିପରି ୫ମ ଓଭରରେ ବୁମ୍ରା ୩ ରନ କରିଥିବା ମାର୍ନସ ଲାବୁଶେନଙ୍କୁ ଆଉଟ କରି ଅଷ୍ଟ୍ରେଲିଆକୁ ତୃତୀୟ ଝଟକା ଦେଇଥିଲେ। ଲାବୁଶେନ ଆଉଟ ହେବା ପରେ ଅମ୍ପାୟାର ତୃତୀୟ ଦିନର ଖେଳକୁ ବନ୍ଦ ଘୋଷଣା କରିଥିଲେ। ଷ୍ଟମ୍ପ ଅପସାରଣ ବେଳକୁ ଅଷ୍ଟ୍ରେଲିଆ ୧୨ ରନରେ ୩ ୱିକେଟ ହରାଇଥିଲା। ଉସମାନ ଖାୱଜା ୩ ରନ କରି କ୍ରିଜରେ ରହିଛନ୍ତି। ଆସନ୍ତାକାଲି ସେ ଓ ଷ୍ଟିଭ ସ୍ମିଥ ଇନିଂସ ଆରମ୍ଭ କରିବେ। ମ୍ୟାଚ୍‌ ଜିତିବା ପାଇଁ ଭାରତକୁ ୭ ୱିକେଟର ଆବଶ୍ୟକ ଥିବା ବେଳେ ଅଷ୍ଟ୍ରେଲିଆ ବିଜୟ ଠାରୁ ୫୨୨ ରନ ଦୂରରେ ରହିଛି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!