ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା): ୨୦୨୧ ବର୍ଷ ହେଉଛି ଶିଶୁଙ୍କ ବର୍ଷ । ତେଣୁ ବର୍ଷ ଆରମ୍ଭରୁ ୩୨ ଜଣ ଶିଶୁଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରଷ୍କାର ପ୍ରଦାନ କରାଯାଇଛି । ଏହି ୩୨ ଜଣ ଶିଶୁଙ୍କ ମଧ୍ୟରେ ଓଡ଼ିଶାର ଜଣେ ମେଧାବୀ ଛାତ୍ର ଅନ୍ୱେଷ ଶୁଭମ ପ୍ରଧାନ ଥିବା ଜଣାପଡିଛି । ଅନ୍ୱେଷ ଶୁଭମଙ୍କ ସହିତ ଦେଶର ୩୨ ଜଣ ଶିଶୁଙ୍କୁ ପୁରସ୍କାର ପ୍ରାପ୍ତ ହେବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡ଼ିଓ କନଫରେନ୍ସି ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି । ଏହି ଅବସରରେ ସମସ୍ତ ବିଜେତାମାନଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଥିବା ବେଳେ ଓଡ଼ିଶାର ଅନ୍ୱେଷ ଶୁଭମ ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ଶୁଭେଚ୍ଛା ଜଣାଇଥିବା ଜଣାପଡିଛି ।





