ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ପୁଲିସ ନାବାଳିକା ଅସଦାଚରଣ ଘଟଣାରେ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଜଣଙ୍କ ହେଲେ ମଧ୍ୟଖଣ୍ଡ ଶାସନସାହିର ଭଗବାନ କରଙ୍କ ପୁଅ ରୁଦ୍ରମାଧବ କର । ସେ ଜଣେ ସମ୍ପର୍କୀୟ ନାବାଳିକାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଥାନା ଅଧିକାରୀ ଅନିତା ସାହୁଙ୍କ ତତ୍ୱାବଧାନରେ ଘଟଣାର ତଦନ୍ତ ପରେ ମାମଲା ରୁଜୁ କରାଯାଇଥିଲା । ଅଭିଯୁକ୍ତକୁ ଶିଶୁ ନିର୍ଯ୍ୟାତନା ନିୟମ ଅନୁସାରେ ଗିରଫ କରାଯାଇଥିବା ସୂଚନା ମିଳିଛି ।





