Friday, November 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସୁପର୍‌ଭାଇଜର୍‌ଙ୍କୁ ଆକ୍ରମଣ ମାମଲା, ଅଭିଯୁକ୍ତ ଶିକାରୀ ଗିରଫ

by ସଞ୍ଜୟ ସ୍ୱାଇଁ
November 21, 2024
in Crime, State
ସୁପର୍‌ଭାଇଜର୍‌ଙ୍କୁ ଆକ୍ରମଣ ମାମଲା, ଅଭିଯୁକ୍ତ ଶିକାରୀ ଗିରଫ
27
VIEWS
Share on FacebookShare on Twitter

ରଙ୍ଗେଇଲୁଣ୍ଡା, (ବାଘୁଆବାର୍ତ୍ତା): ଗୋଳନ୍ଥରା ଥାନା ଅନ୍ତର୍ଗତ କୁସୁମି ଅଞ୍ଚଳରେ କାର୍ଯ୍ୟରତ ବିଦ୍ୟୁତ୍‌ ବିଭାଗ (ଟିପିଏସ୍‌ଓଡିଏଲ୍‌) ସୁପ୍‌ରଭାଇଜର୍‌ଙ୍କୁ କାତିରେ ଆକ୍ରମଣ ମାମଲାରେ ଅଭିଯୁକ୍ତ ଗିରଫ ହୋଇଛି । ସେ ହେଲା ସିଙ୍ଗିବାଡିର ବୁଡୁ ଦାସ ଯେକି ଜଣେ ଅଭ୍ୟାସଗତ ଶିକାରୀ ବୋଲି ପୁଲିସ ସୂଚନା ଦେଇଛି । ତା ଠାରୁ ଆକ୍ରମଣରେ ବ୍ୟବହୃତ କାତି ଜବତ କରାଯାଇଛି । ତାକୁ ବୁଧବାର କୋର୍ଟଚାଲାଣ କରାଯାଇଥିବା କହିଛନ୍ତି ଆଇଆଇସି ବିବେକାନନ୍ଦ ସ୍ୱାଇଁ । ସୋମବାର ରାତିରେ ସିଙ୍ଗାବାଡି ନିକଟ ଝାଡବାଙ୍କ ଠାରେ ଏହି ଆକ୍ରମଣ ଘଟଣା ଘଟିଥିଲା । ଉକ୍ତ ରାତିରେ ମହୁଡା ଫିଡର୍‌ରେ ବାରମ୍ବାର ଟ୍ରିପ୍‌ ହେବାରୁ ସୁପର୍‌ଭାଇଜର୍‌ ପ୍ରଦ୍ୟୁମ୍ନ କୁମାର ଜେନା ଓ ଅନ୍ୟ ୩ ଜଣ କର୍ମଚାରୀ ପାଟ୍ରୋଲିଂରେ ବାହାରିଥିଲେ । ଏହି ସମୟରେ ଝାଡବାଙ୍କ ଠାରେ ବାର୍‌ହା ଶିକାର ପାଇଁ ୧୧ କେଭି ବିଦ୍ୟୁତ୍‌ ତାର ଟାଣି ବିଛାଯାଇଥିବା ଦେଖିବାକୁ ପାଇଥିଲେ । ଏହି ତାର କିଏ ବିଛାଇଛି ଜାଣିବା ପାଇଁ ସେମାନେ ସେଠାରେ ଛପି ରହିଥିଲେ । ରାତି ପ୍ରାୟ ସାଢେ ୨ଟା ବେଳ ବୁଡୁ ସେଠାରେ ପହଞ୍ଚିଥିଲା । ଏନେଇ ପ୍ରଦ୍ୟୁମ୍ନ ଜେନା ପଚାରିବାରୁ ଉତ୍‌କ୍ଷୀପ୍ତ ହୋଇ ବୁଡୁ ଗାଳିଗୁଲଜ କରିବା ସହ ପାଖରେ ରଖିଥିବା ଏକ ଧାରୁଆ କାତିରେ ଆକ୍ରମଣ କରିଥିଲା । ପ୍ରଦ୍ୟୁମ୍ନଙ୍କ ବାମ ହାତକୁ ଚୋଟ ବାଜିବାରୁ ସେ ଆହତ ହୋଇଥିଲେ । ଘଟଣା ପରେ ବୁଡୁ ଚମ୍ପଟ ମାରିଥିଲା । ଅନ୍ୟ କର୍ମଚାରୀମାନେ ବୁଡୁଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଚିକିତ୍ସିତ ହେବା ପରେ ସେ ଥାନାରେ ଅଭିଯୋଗ କରିଥିଲେ । ତାହାକୁ ଆଧାର କରି ପୁଲିସ ବୁଡୁକୁ ସିଙ୍ଗିବାଡିରୁ ଗିରଫ କରି କୋର୍ଟଚାଲାଣ କରିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!