ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ପୁଲିସ ଚଢ଼ାଉ କରି ୧ଟି ଦେଶୀ ବନ୍ଧୁକ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଖଇରପଙ୍କାଳସାହି ଗ୍ରାମର ତ୍ରୀର୍ଥବାସୀ ନାୟକ । ବେଆଇନ ମାରଣାସ୍ତ୍ର ରଖିଥିବା ଖବରପାଇ ପୁଲିସ ଚଢ଼ାଉ କରି ତାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ଥାନା ଅଧିକାରୀ ଅନିତା ସାହୁଙ୍କ ତତ୍ୱାବଧାନରେ ଏହି ଚଢ଼ାଉ ହୋଇଥିଲା ।





