ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ଆଜି ଏକ ଟିମ ରଣପୁର ଅଞ୍ଚଳରେ ଚଢ଼ାଉ କରି ଦେଶୀ ମଦ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି । ନରସିଂହପୁର ଗ୍ରାମର ପ୍ରତାପ ସାହୁଙ୍କୁଠାରୁ ୨୨ ଲିଟର ଦେଶୀ ମଦ ଜବତ ହୋଇଥିବା ବେଳେ କାସନ୍ଦା ବସନ୍ତ କୁମାର ସାହୁଙ୍କଠାରୁ ୫୦ ଲିଟର ଦେଶୀ ମଦ ଜବତ ହୋଇଛି । ଉଭୟଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ ହୋଇଛି । ଏହି ଚଢ଼ାଉରେ ମୋବାଇଲ ସ୍ୱାର୍ଡ଼ ଆଇଆଇସି ବିଷ୍ଣୁଚରଣ ମଲ୍ଲିକ, ଏସଆଇ ସୁଶାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଚଢ଼ାଉ ହୋଇଥିଲା ।





