Wednesday, September 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦିନକୁ ଦାନ କରନ୍ତି ୬ କୋଟି

by ସଞ୍ଜୟ ସ୍ୱାଇଁ
November 20, 2024
in NATIONAL NEWS
ଦିନକୁ ଦାନ କରନ୍ତି ୬ କୋଟି
451
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): ମୁକେଶ ଅମ୍ବାନୀ ଦେଶର ସବୁଠୁ ଧନୀ ବ୍ୟକ୍ତି ବୋଲି ସମସ୍ତେ ଜାଣନ୍ତି । କିନ୍ତୁ ଦେଶର ସବୁଠୁ ବଡ ଦାନବୀର କିଏ? ଏକଥା ବୋଧହୁଏ କମ୍ ଲୋକଙ୍କୁ ଜଣାଥିବ । ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଅମ୍ବାନୀ କିମ୍ବା ଆଦାନୀ କେହି ବି ଦେଶର ପ୍ରଥମ ଦାନବୀର ନୁହଁନ୍ତି । ଶୀର୍ଷ ଦାନବୀର ତାଲିକାରେ ଯଦିଓ ଏମାନଙ୍କ ନାଁ ସାମିଲ ହୋଇଛି କିନ୍ତୁ ସବୁଠୁ ଆଗରେ ଅଛନ୍ତି ଆଉ ଜଣେ ବ୍ୟକ୍ତିତ୍ୱ । ସେ ହେଉଛନ୍ତି ଶିବ ନାଦାର । ନିକଟରେ ହୁରୁନ୍ ଇଣ୍ଡିଆ ଜେନେରସ୍ ଲିଷ୍ଟ ପ୍ରକାଶ ପାଇଥିଲା । ଏହି ଲିଷ୍ଟ ଅନୁସାରେ ଏଚସିଏଲ ଟେକ୍ନୋଲୋଜିର ଫାଉଣ୍ଡର ଶିବ ନାଦାର ଦେଶର ସବୁଠୁ ବଡ ଦାନବୀର । ଶିବ ଓ ତାଙ୍କ ପରିବାର ୨୦୨୩ ଏପ୍ରିଲ ୧ ତାରିଖରୁ ୨୦୨୪ ମାର୍ଚ୍ଚ ମଧ୍ୟରେ ୨ ହଜାର ୧୫୩ କୋଟି ଟଙ୍କା ଦାନ କରିଛନ୍ତି । ଦୈନିକ ଏହି ମହାନ୍ ବ୍ୟକ୍ତି ଦୈନିକ ୫ କୋଟି ୯୦ ଲକ୍ଷ ଦାନରେ ଦିଅନ୍ତି । କେବଳ ଏତିକି ନୁହେଁ ଶିବ ନାଦାର ଦେଶର ସବୁଠୁ ଉଦାର ଓ ପରୋପକାରୀ ବ୍ୟକ୍ତି ହେବାର ଖ୍ୟାତି ଅର୍ଜନ କରିଛନ୍ତି । ଫୋର୍ବ ରିପୋର୍ଟ ଅନୁସାରେ, ଶିବ ନାଦାରଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୪୦.୫ ଆମେରିକୀୟ ଡଲାର, ଯାହାର ଭାରତୀୟ ମୂଲ୍ୟ ୩୪୧ ହଜାର ୬୯୨ କୋଟି । ଶିବ ନାଦାର ୨୦୨୦ରେ ଏଚସିଏଲ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବୋ ପରେ ଏବେ ତାଙ୍କ ଝିଅ ରୌସନି ନାଦାର ମାଲହୋତ୍ରା ଏହି ପଦକୁ ସମ୍ଭାଳୁଛନ୍ତି । ଏବଂ ଶିବ କମ୍ପାନୀର ପରାମର୍ଶଦାତା ଭାବେ କାର୍ୟ୍ୟ କରୁଛନ୍ତି । ଶିବ ନାଦାର ସାରା ଦେଶର ସର୍ବପ୍ରଥମ ଦାନବୀର ହୋଇଥିବାବେଳେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ମୁକେଶ ଅମ୍ବାନୀ । ହେଲେ ମୁକେଶ ବର୍ଷକରେ ୪୦୭ କୋଟି ଟଙ୍କାର ଦାନ କରିଛନ୍ତି । ମୁକେଶଙ୍କ ତୁଳନାରେ ଶିବ ନାଦାର ୧୯୯୨ କୋଟି ଅଧିକ ଅର୍ଥ ଦାନ କରିଛନ୍ତି । ଏମାନଙ୍କ ପରେ ଅଛନ୍ତି ବଜାଜ ପରିବାର । ବଜାଜ୍ ଗ୍ରୁପ ବର୍ଷକରେ ୩୫୨ କୋଟି ଟଙ୍କା ବିଭିନ୍ନ ହିତକାରୀ କାର୍ୟ୍ୟପାଇଁ ଦାନ କରିଛନ୍ତି । ଚତୁର୍ଥ ସ୍ଥାନରେ ଅଛନତି କୁମାର ମଙ୍ଗଲମ୍ ବିର୍ଲା । ଯିଏ ୨୦୨୩ରୁ ୨୪ ମଧ୍ୟରେ ୩୩୪କୋଟି ଟଙ୍କା ଦାନ କରିଛନ୍ତି । ଦାନବୀର ତାଲିକାର ପଞ୍ଚମ ସ୍ଥାନରେ ଅଛନ୍ତି ଗୌତମ ଆଦାନୀ ଯିଏ ୩୩୦ କୋଟି ଟଙ୍କା ଦାନ କରିଛନ୍ତି । ଏହି ତାଲିକାର ନବମ ତାଲିକାରେ ଅଛନ୍ତି ସୁସି୍ମତା ଓ ସୁବ୍ରତ ବାଗଚୀ । ତେବେ ଧନୀ ତାଲିକାରେ ମହିଳାମାନେ ବି କିଛି କମ୍ରେ ନାହାଁନ୍ତି । ହୁରୁନ୍ ଜେନେରସ୍ ତାଲିକାରେ , ୨୧ ଜଣ ମହିଳା ଅଛନ୍ତି । ଏକଷ୍ଟେପ କୋ ଫାଉଣ୍ଡର ରୋହିଣୀ ନିଲେକାନୀ ମହିଳାଙ୍କ ମଧ୍ୟରେ ସବୁଠୁ ବଡ ଦାନୀ । ୨୦୨୩ ଓ ୨୪ ବର୍ଷରେ ସେ ପାଖପାଖି ୧୫୩ କୋଟି ଟଙ୍କା ଦାନ କରିଛନ୍ତି । ତେବେ ବର୍ଷକୁ ବର୍ଷ ଦେଶରେ ଦାନୀଙ୍କର ସଂଖ୍ୟ୍ୟା ବଢିବାରେ ଲାଗିଛି । ୨୦୨୪ର ଏହି ତାଲକାରେ ୨୦୩ ଜଣ ଦାନୀ ସାମୁହିକ ଭାବେ ପାଖାପାଖି ୮ ହଜାର ୭୮୩ କୋଟି ଟଙ୍କା ଦାନ କରିଛନ୍ତି, ଯାହା ଗତ ୨ ବର୍ଷର୍ ତୁଳନାରେ ୫୩ ପ୍ରତିଶତ ଅଧିକ ବୋଲି ଜଣାପଡିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!