Friday, November 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭୁଜାଲି ଦେଖାଇ ବାପ ପୁଅଙ୍କ ଠାରୁ ଲୁଟିନେଲେ ୨୫ ଲକ୍ଷ ଟଙ୍କାର ଅଳଙ୍କାର

by ସଞ୍ଜୟ ସ୍ୱାଇଁ
November 20, 2024
in Crime, State
ଭୁଜାଲି ଦେଖାଇ ବାପ ପୁଅଙ୍କ ଠାରୁ ଲୁଟିନେଲେ ୨୫ ଲକ୍ଷ ଟଙ୍କାର ଅଳଙ୍କାର
121
VIEWS
Share on FacebookShare on Twitter

ଚମ୍ପୁଆ, (ବାଘୁଆବାର୍ତ୍ତା): ରାତିର ଅନ୍ଧକାରରେ ଅଳଙ୍କାର ବ୍ୟବସାୟୀଙ୍କ ନିକଟରୁ ହେଲା ସଶସ୍ତ୍ର ଡକାୟତି। ଦୋକାନୀ ବାପପୁଅ ୨୫ ଲକ୍ଷ ଟଙ୍କାର ଅଳଙ୍କାର ଧରି ଘରକୁ ଫେରୁଥିବା ବେଳେ ବନ୍ଧୁକ, ଭୁଜାଲି ଦେଖାଇ ଲୁଟିନେଲେ ୬ ଲୁଟେରା। ଏପରି ଏକ ସଶସ୍ତ୍ର ଡକାୟତି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଉର୍ତ୍ତୀ ଛକ ନିକଟରେ ଘଟିଛି। ଲୁଟ୍‌ର ଶିକାର ହୋଇଥିବା ବ୍ୟବସାୟୀଜଣକ ହେଲେ ହିରଣ୍ୟମୟୀ ସାହୁ । ହିରଣ୍ୟମୟୀ ସାହୁଙ୍କର ଉର୍ତ୍ତୀ ଛକରେ ‘ଓମ୍ ଜୁଏଲାରୀ’ ନାମକ ଦୋକାନ ରହିଛି। ଗତ ରାତି ପ୍ରାୟ ୯ଟା ବେଳେ ହିରଣ୍ୟମୟୀ ସାହୁ ଏକ ବ୍ୟାଗ୍‌ରେ ସବୁ ସୁନା ଅଳଙ୍କାର ଧରି ନିଜ ସାନ ପୁଅ ସହିତ ଘରକୁ ଫେରୁଥିଲେ। ଏହି ସମୟରେ ଦୋକାନଠାରୁ ମାତ୍ର ଶହେ ମିଟର ଦୂରରେ ଆଗରୁ ଛକି ବସିଥିବା ୬ ଜଣ ଦୁବୃର୍ତ୍ତ ସେମାନଙ୍କୁ ଅଟକାଇଥିଲେ। ସେମାନେ ବନ୍ଧୁକ ଏବଂ ଭୁଜାଲି ଦେଖାଇ ବାପପୁଅଙ୍କୁ ଭୟଭୀତ କରି ଅଳଙ୍କାର ଭର୍ତ୍ତି ଛଡ଼ାଇ ନେବାକୁ ଚେଷ୍ଠା କରିଥିଲେ। ମାତ୍ର ପ୍ରଥମେ ବାପପୁଅ ଏହାକୁ ବିରୋଧ କରିଥିବା ବେଳେ ସେମାନେ ଉଭୟଙ୍କୁ ପ୍ରବଳ ପିଟିବା ସହ ଅଳଙ୍କାର ଭର୍ତ୍ତି ବ୍ୟାଗ୍ ଲୁଟି ନେଇଥିଲେ। ଏହାପରେ ଦୁଇଟି ବାଇକ୍ ଯୋଗେ କରଞ୍ଜିଆ ରାସ୍ତାରେ ଫେରାର ଯାଇଥିଲେ । ପରେ ହିରଣ୍ୟମୟୀ ଛକକୁ ଯାଇ ଲୋକଙ୍କୁ ଲୁଟ୍‌ ସମ୍ପର୍କରେ ସୂଚନା ଦେଇଥିଲେ। କିଛି ସ୍ଥାନୀୟ ଲୋକେ ଲୁଟେରାଙ୍କ ପିଛା କରିଥିଲେ ସୁଦ୍ଧା ତାଙ୍କର ଟେର ପାଇନଥିଲେ। ଖବର ପାଇ ପୁଲିସ୍‌ ପହଞ୍ଚି ଘଟଣାର ଯାଞ୍ଚ ଆରମ୍ଭ କରିଛି। ତେବେ ଲୁଟେରାଙ୍କ ସନ୍ଧାନ ମିଳି ପାରି ନ ଥିବା ଜଣାଯାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!