ନୟାଗଡ଼,(ବାଘୁଆବାର୍ତ୍ତା) : ଆଞ୍ଚଳିକ ବାଣିଜ୍ୟ ସମବାୟ ସହଯୋଗ ସମିତି(ଆର୍ସିଏମ୍ସି) ପରିସରରେ ସମବାୟ କଲ୍ୟାଣ ମଣ୍ଡପକୁ ଆଜି କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ଉଦ୍ଘାଟିତ ହୋଇଯାଇଛି । ଏହି କଲ୍ୟାଣ ମଣ୍ଡପକୁ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ଉକ୍ତ ସ୍ଥାନରେ ଶାନ୍ତିଦୂତ ସମାଜ ମଙ୍ଗଳ ଟ୍ରଷ୍ଟ ତଥା ଶାନ୍ତି କମିଟିର ୯ମ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । କମିଟିର ୪ଜଣ ଦିବ୍ୟଂଗତ ସଦସ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ସ୍ୱର୍ଗତ ଡମ୍ବୁରୁଧର ସାହୁ, ଭରତ ପାତ୍ର, ଗୋପିନାଥ ପରୀଡ଼ା ଓ ମହେନ୍ଦ୍ର ପ୍ରଧାନଙ୍କ ପାଇଁ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ମୁଖ୍ୟ ଅତିଥି ଡ଼ ସାହୁ ଦିଂବଗତ ସଦସ୍ୟମାନଙ୍କର ସାମାଜିକ କାର୍ଯ୍ୟଶୈଳୀ ଉପରେ ବକ୍ତବ୍ୟ ରଖିଥିଲେ । ସମବାୟ କଲ୍ୟାଣ ମଣ୍ଡପକୁ ସାଧାରଣ ଜନତାଙ୍କ ପାଇଁ ଉତ୍ସର୍ଗିକୃତ କରାଯାଇଛି । ଏହି ବୈଠକରେ ଅତିଥିଭାବେ ଏଆର୍ସିଏସ୍ ଭାସ୍କର ଚନ୍ଦ୍ର ପାଣିଗ୍ରାହୀ, ଆରସିଏମ୍ସିର ପ୍ରଶାସକ ସୁଦାମ ଚରଣ ଜେନା, ଶାନ୍ତି କମିଟିର ସଭାପତି ମଧୁସୂଦନ ପଟ୍ଟନାୟକ, ସମାଜସେବୀ ଗଙ୍ଗାଧର ପଣ୍ଡା, ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।





