Friday, November 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗୁଜୁରାଟରେ ଯୁବକଙ୍କୁ ମାରିଥିଲେ, ଓଡିଶାରେ ବନ୍ଧା ହେଲେ

by ସଞ୍ଜୟ ସ୍ୱାଇଁ
November 16, 2024
in Crime, State
ଗୁଜୁରାଟରେ ଯୁବକଙ୍କୁ ମାରିଥିଲେ, ଓଡିଶାରେ ବନ୍ଧା ହେଲେ
59
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ବାକି ଟଙ୍କା ମାଗିବା କାଳ ହେଲା। ଉତ୍ତ୍ୟକ୍ତ ହୋଇଗଲେ ଯୁବକ ଓ ବାକି ନେଇଥିବା ବ୍ୟକ୍ତିଙ୍କୁ ଲୁହ ରଡରେ ପିଟି ପିଟି ମାରି ଦେଲେ। ଏହାପରେ ପୁଲିସ୍‌ କବଜାରୁ ବଞ୍ଚିବାକୁ ସେ ମୃତଦେହକୁ ୱାଶିଂ ମେଶିନରେ ଲୁଚାଇଦେଲେ। ସପ୍ତାହେ ପରେ ଦୁର୍ଗନ୍ଧ ହେବାରୁ ପୁଲିସ୍‌ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ଏଥିସହ ମାମଲାର ଖୋଳତାଡ଼ କରି ମାସେ ପରେ ଅଭିଯୁକ୍ତଙ୍କୁ ବାନ୍ଧିଛି ପୁଲିସ୍‌। ଏପରି ଏକ ଘଟଣା ସୁଦୂର ଗୁଜରାଟରେ ଘଟିଥିବା ବେଳେ ଓଡ଼ିଶାରୁ ବନ୍ଧା ହୋଇଛି ଅଭିଯୁକ୍ତ। ଉଭୟ ମୃତକ ଓ ଗିରଫ ହୋଇଥିବା ଯୁବକ ଓଡ଼ିଶାର ବୋଲି ଜଣାଯାଇଛି। ମାସେରୁ ଅଧିକ ସମୟର ଛକାପଞ୍ଝା ପରେ ଫେରାର ହୋଇ ଓଡ଼ିଶା ପଳାଇ ଆସିଥିବା ଅଭିଯୁକ୍ତକୁ ଆରଡି ଫାଣ୍ଡି ଅଞ୍ଚଳରୁ ଗିରଫ କରିଛି ପୁଲିସ୍‌। ଗିରଫ ଯୁବକଜଣକ ହେଲେ ମନୋଜ ସାହୁ। ତାଙ୍କ ଘର କେନ୍ଦ୍ରାପଡ଼ା ମହାକାଳପଡ଼ା ଅଞ୍ଚଳରେ। ସେ କଟକର ଗୁରୁଚରଣ ପ୍ରଧାନଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ମନୋଜ ସୁରଟରେ ଏକ ଭେରାଇଟ ଷ୍ଟୋର କରିଥିଲେ । କଟକର ଗୁରୁଚରଣ ପ୍ରଧାନଙ୍କଠାରୁ ମନୋଜ କିଛି ଟଙ୍କା ପାଇବାର ଥିଲା । ଯାହାକୁ ନେଇ ଉଭୟଙ୍କ ମଧ୍ୟ ବିବାଦ ଦେଖାଦେଇଥିଲା । ଏହାକୁ କେନ୍ଦ୍ର କରି ଗତ ଅକ୍ଟୋବର ୧୦ ତାରିଖରେ ଉଭୟଙ୍କ ମଧ୍ୟରେ ବଚସା ଲାଗିଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ମନୋଜ ଗୁରୁଚରଣ ପ୍ରଧାନଙ୍କୁ ଲୁହା ରଡରେ ପିଟି ହତ୍ୟା କରିଥିଲେ। ପରେ ଲୁଗାସଫା ମେସିନରେ ମୃତଦେହ ଲୁଚାଇ ଦେଇ ଫେରାର ହୋଇ ଯାଇଥିଲେ। ସପ୍ତାହେ ପରେ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ । ପୁଲିସ ସିସିଟିଭି ଫୁଟେଜ ସହ ମାମଲାର ତଦନ୍ତ ଜାରି ରଖିଥିଲା । ଅଭିଯୁକ୍ତ ମନୋଜ ଭୂବନେଶ୍ୱର ସମେତ କୋଣାକ, ଦିଲ୍ଲୀ ଆଦି ଅଞ୍ଚଳରେ ଦୀର୍ଘଦିନ ହେବ ଘୂରି ବୁଲୁଥିବା ନେଇ ମୋବାଇଲ ଟ୍ରାକରୁ ପୁଲିସ ଜାଣିବାକୁ ପାଇଥିଲା। ଏହାପରେ ପୁଲିସ୍‌ ତାଙ୍କୁ ଖୋଜାଖୋଜି ଜାରି ରଖିଥିଲା। ଗତ ୪/୫ଦିନ ହେବ ଅଭିଯୁକ୍ତ ମନୋଜ ଆରଡିରେ ରହି ଆସୁଥିବା ଗୁଜରାଟ ପୁଲିସ ଖବର ପାଇ ଭଦ୍ରକ ପୁଲିସ୍‌କୁ ସୂଚନା ଦେଇଥିଲା। ଏହାପରେ ଗତକାଲି ଗୁଜରାଟରୁ ଆସିଥିବା ପୁଲିସ୍‌ ଟିମ୍‌ ଆରଡିରେ ପହଞ୍ଚିଥିଲା। ଏହାପରେ ଆରଡି ଫାଣ୍ଡି ପୁଲିସର ମିଳିତ ସହଯୋଗରେ ଅଭିଯୁକ୍ତଙ୍କୁ କାବୁ କରି ଗୁଜରାଟ ନେଇ ଯାଇଛି ପୁଲିସ୍‌।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!