ନୟାଗଡ଼, (ବାଘୁଆବାର୍ତ୍ତା) : କ୍ଲାସ ରୁମ୍ ଗୁଡ଼ିକୁ ଡିଜିଟାଲ୍ କ୍ଲାସ୍ ରୁମ୍ରେ ପରିଣତ କରାଯିବ । ଡିଜିଟାଲ କ୍ଲାସ୍ ରୁମ୍ କରିବା ପାଇଁ ସମସ୍ତ ଅର୍ଥ ମୋ ସ୍କୁଲ୍ ଅଭିଯାନ ସହାୟତା ରାଶିରେ କରାଯିବ । ସ୍ମାର୍ଟ କ୍ଲାସ ରୁମ୍, ରୋବୋଟିକ୍ସ୍, ବିଲ୍ଡିଂ ଆଜ୍ ଏ ଲର୍ଣ୍ଣି ଏଡ ଭଳି ନୂଆ କାର୍ଯ୍ୟକ୍ରମ କରିବାକୁ ଆଜି ମୋ ସ୍କୁଲ୍ ଅଭିଯାନର ସପ୍ତମ ପରିଚାଳନା ପରିଷଦ ବୈଠକରେ ନିଷ୍ପ ି ହୋଇଛି । ଚଳିତ ବର୍ଷଠାରୁ ମୋ ସ୍କୁଲ୍ ଅଭିଯାନ ମାଧ୍ୟମରେ ଷ୍ଟୁଟେ ଆଡ୍ପସନ୍ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ଏହା ମାଧ୍ୟମରେ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ଏବଂ ଇଚ୍ଛୁକ ବ୍ୟକ୍ତି ୧୦୦ଟି ବିଦ୍ୟାଳୟରେ ହଜାରେ ଛାତ୍ରଛାତ୍ରୀଙ୍କ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରି ସେମାନଙ୍କର ପାଠପଢାର ସମସ୍ତ କଥା ବୁଝିବେ । ଉକ୍ତ ସ୍କୁଲ୍ର ବିକାଶ ଦାୟିତ୍ୱ ନେବ ମୋ ସ୍କୁଲ୍ ଅଭିଯାନ । ଉତ୍ତମ ପ୍ରଦର୍ଶନ କଲେ ଶିକ୍ଷକମାନଙ୍କୁ ପୁରସ୍କୃତ କରାଯିବ ।





