ପୁରୀ,(ବାଘୁଆବାର୍ତ୍ତା): ଜଗାକୁ ଦର୍ଶନ କରିବା ବ୍ୟାକୁଳ ଥିବା ଭକ୍ତ ପାଇଁ ପୁରୀ ଆରକ୍ଷୀ ଅଧିକ୍ଷକ ନେଲେ ନୂଆ ନିଷ୍ପତ୍ତି । ଜଗା ଦର୍ଶନ ପାଇଁ ବ୍ୟାରିକେଡ୍ରେ ଲମ୍ବା ଲାଇନରେ ଛିଡ଼ା ହେଉଥିଲେ ଜଗନ୍ନାଥ ପ୍ରେମୀ । ଏହାକୁ ଦୃଷ୍ଟିରେ ପୁରୀ ଆରକ୍ଷୀ ଅଧିକ୍ଷକ ଡ଼ କେ. ବିଶାଲ୍ ସିଂ ବ୍ୟାରିକେଡ୍ ହଟାଇବାକୁ ନେଇ ସୂଚନା ଦେଇଛନ୍ତି । ସୂଚନାନୁସାରେ, ପୁରୀରେ ଜଗନ୍ନାଥଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଜଗନ୍ନାଥ ବଲ୍ଲଭଠାରୁ ମରିଚିକୋଟ୍ ପର୍ଯ୍ୟନ୍ତ ଥିବା ବ୍ୟାରିକେଡ୍ କରାଯାଇଥିଲା । ତାହା ହଟାଯିବ ବୋଲି ଆରକ୍ଷୀ ଅଧିକ୍ଷକ ମନ୍ଦିର ପ୍ରଶାସନ ଓ ସେବାୟତମାନଙ୍କ ସହିତ ଆଲୋଚନା କରି, ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାକୁ ଅଧିକ ସହଜ କରିବା ପାଇଁ ଏବଂ କୋଭିଡ୍-୧୯ ଏସ୍ଓପି ନିୟମ ପାଳନ କରି ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ଶ୍ରଦ୍ଧାଳୁଙ୍କୁ ଛଡ଼ାଯିବ ବୋଲି ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି ।





