Friday, November 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୪ ବିଭାଗର ମିଳିତ ଚଢାଉ, ବିପୁଳ ପରିମାଣର ଦେଶୀ ମଦ ସହ ୧୭ ଟନ କୋଇଲା ଜବତ

by ସଞ୍ଜୟ ସ୍ୱାଇଁ
November 13, 2024
in Crime, State
୪ ବିଭାଗର ମିଳିତ ଚଢାଉ, ବିପୁଳ ପରିମାଣର ଦେଶୀ ମଦ ସହ ୧୭ ଟନ କୋଇଲା ଜବତ
88
VIEWS
Share on FacebookShare on Twitter

କାମାକ୍ଷାନଗର, (ବାଘୁଆବାର୍ତ୍ତା): ଆମ୍ବପଳାସ ଗାଁରେ ପୋଲିସ, ଅବକାରୀ ବିଭାଗ, ବନ ବିଭାଗ ଓ ମାଇନିଂ ଟିମର ବଡ଼ ଧରଣର ଚଢାଉ । ଏହି ଚଢାଉରେ ୧୪ଟି ବାଇକ, ଗୋଟିଏ ସ୍କର୍ପିଓ ଏବଂ ୧୪ ଟନ କୋଇଲା ଜବତ କରାଯାଇଛି । ଏହା ସହ ପ୍ରାୟ ୩ ହଜାର ଲିଟର ଦେଶୀ ମଦ ଏବଂ ମଦ ତିଆର ସାମଗ୍ରୀ ମଧ୍ୟ ଜବତ ହୋଇଛି । ଏଥିରେ ସମ୍ପୃକ୍ତ ଥିବା ଅରୁଣ ମହାପାତ୍ର ଏବଂ କାର୍ତ୍ତିକ ମହାପାତ୍ରଙ୍କୁ ଗିରଫ କରିଛି ପୋଲିସ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁରେ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ, ଆମ୍ବପଳାସ ଗାଁରେ କିଛି ଲୋକ ଦୀର୍ଘ ସମୟ ଧରି କୋଇଲା ଚୋରି କରିବା ସହ ଦେଶୀ ମଦ ମଧ୍ୟ ପ୍ରସ୍ତୁତ କରୁଥିଲେ । ଏନେଇ ଏକ ବିଶେଷ ସୂତ୍ରକୁ ଖବର ପାଇଥିଲା ପୋଲିସ । ଖବର ପାଇ ପୋଲିସ, ଅବକାରୀ ବିଭାଗ, ବନ ବିଭାଗ ଓ ମାଇନିଂ ଟିମ୍‌ ମିଶି ଉକ୍ତ ଗାଁରେ ଚଢାଉ କରିଥିଲା । ଦେଶୀ ମଦର ଭୂସ୍ବର୍ଗ ପାଲଟିଥିବା ଆମ୍ବପଳାସ ଗାଁରେ ଚଢାଉ କରି ପ୍ରାୟ ୩ ହଜାର ଲିଟର ଦେଶୀ ମଦ ଏବଂ ମଦ ତିଆର ସାମଗ୍ରୀ ମଧ୍ୟ ଜବତ କରାଯାଇଛି । କେବଳ ସେତିକି ନୁହେଁ, ୧୪ଟି ବାଇକ, ଗୋଟିଏ ସ୍କର୍ପିଓ ଏବଂ ୧୪ ଟନ କୋଇଲା ମଧ୍ୟ ଜବତ ହୋଇଛି । ଏହି ଚଢାଉରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ କିଛି ମଦ ମାଫିଆ ଘଟଣାସ୍ଥଳରୁ ଖସି ପଳାଇଛନ୍ତି । ସେମାନଙ୍କୁ ଚିହ୍ନଟ କରିଛି ଅବକାରୀ ପୋଲିସ । ଯାହାକୁ ନେଇ ତଦନ୍ତ ଜାରି ରହିଛି ଏବଂ ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଅବକାରୀ ପୋଲିସ ପକ୍ଷରୁ ସୂଚନା ମିଳିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!