Friday, November 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆର୍ମି ଡ୍ରେସ୍ ପିନ୍ଧି ଗଞ୍ଜେଇ ଚାଲାଣ

by ସଞ୍ଜୟ ସ୍ୱାଇଁ
November 13, 2024
in Crime, State
ଆର୍ମି ଡ୍ରେସ୍ ପିନ୍ଧି ଗଞ୍ଜେଇ ଚାଲାଣ
68
VIEWS
Share on FacebookShare on Twitter

କୋରାପୁଟ, (ବାଘୁଆବାର୍ତ୍ତା): ଆର୍ମି ଡ୍ରେସ୍‌ର ଅପବ୍ୟବହାର କରୁଛନ୍ତି ଗଞ୍ଜେଇ ମାଫିଆ । ୟୁନିଫର୍ମ ପିନ୍ଧି କରୁଛନ୍ତି ଗଞ୍ଜେଇ ଚାଲାଣ । ଚାଲାଣ ବେଳେ ମାଡ଼ି ବସିଲା ରେଲୱେ ଓ ଆରପିଏଫ ପୋଲିସ । ଏହି ଘଟଣାରେ ଜଣେ ଗଞ୍ଜେଇ ମାଫିଆକୁ ଗିରଫ କରାଯାଇଛି । ଗିରଫ ଯୁବକ ଜଣକ ବିହାର ଅଞ୍ଚଳର ସୁମିତ ତିୱାରୀ ବୋଲି ଜଣାପଡ଼ିଛି । ଉକ୍ତ ଗଞ୍ଜେଇ ପାଡୁଆ ଅଞ୍ଚଳରୁ ଗଞ୍ଜେଇ ବିଶାଖାପାଟଣା ଚାଲାଣ ହେଉଥିବା ସୂଚନା ମିଳିଛି । ସୂଚନା ମୁତାବକ, କୋରାପୁଟରେ କମୁନି ଗଞ୍ଜେଇ କାରବାର । ଅଭିନବ ଉପାୟରେ କରୁଛନ୍ତି ଗଞ୍ଜେଇ ଚାଲାଣ । ଜଣେ ବିହାରୀ ଗଞ୍ଜେଇ ମାଫିଆ ଗଞ୍ଜେଇ ଚାଲାଣ କରୁଥିବା ନେଇ ପୂର୍ବରୁ ଖବର ପାଇଥିଲା ପୋଲିସ । ଖବର ପାଇ ରେଲୱେ ଷ୍ଟେସନ ଠାରେ ଅପେକ୍ଷା କରିଥିଲା । ଯୁବକ ଜଣକ ଆର୍ମି ଡ୍ରେସ୍ କୋଡ ପିନ୍ଧି ହାତରେ ସୁଟକେସ ଧରି ବିଶାଖାପାଟଣା ଯିବାକୁ ରେଲ୍‌ୱେ ଷ୍ଟେସନରେ ପହଞ୍ଚିଥିଲେ । ସେଠାରେ ପହଞ୍ଚିବା ମାତ୍ରେ ପୋଲିସ ତାକୁ ମାଡ଼ି ବସିଥିଲା । ଏହି ଘଟଣାରେ ଯୁବକକୁ ଗିରଫ କରି ସମସ୍ତ ଗଞ୍ଜେଇକୁ ଜବତ କରିଛି ପୋଲିସ । ଏହା ସହ ଯୁବକକୁ ଅଧିକ ପଚରାଉଚରା କରୁଛି କୋରାପୁଟ ଜିଆରପି ପୋଲିସ୍ । ତେବେ ଯୁବକ ଜଣକ ଉକ୍ତ ଗଞ୍ଜେଇ ପାଡୁଆ ଅଞ୍ଚଳରୁ ଆଣି ବିଶାଖାପାଟଣା ନେଉଥିବା ଜଣାପଡିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!