Wednesday, September 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗଡ଼କରୀଙ୍କ କଟାକ୍ଷ, ବିଜେପିରେ ଲାଗି ଗଲାଣି ପୋକ, ସିଞ୍ଚନ କରିବାକୁ ହେବ କୀଟନାଶକ

by ସଞ୍ଜୟ ସ୍ୱାଇଁ
November 10, 2024
in NATIONAL NEWS
ଗଡ଼କରୀଙ୍କ କଟାକ୍ଷ, ବିଜେପିରେ ଲାଗି ଗଲାଣି ପୋକ, ସିଞ୍ଚନ କରିବାକୁ ହେବ କୀଟନାଶକ
153
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): ‘ଯେମିତି ଯେମିତି ଫସଲ ବଢ଼ିଥାଏ, ରୋଗ ବି ବଢ଼ିଥାଏ। ବିଜେପିର ମଧ୍ୟ ଫସଲ ବଢ଼ି ଚାଲିଛି। ଆଉ ଫସଲ ବଢ଼ିବା ଯୋଗୁ ଏଥିରେ ପୋକ ମଧ୍ୟ ଲାଗିଗଲାଣି। ତେଣୁ କୀଟନାଶକ ସିଞ୍ଚନ କରିବାକୁ ପଡ଼ିବ।’ ଆଗକୁ ମହାରାଷ୍ଟ୍ର ନିର୍ବାଚନ। ଏଥିପାଇଁ ସବୁ ଦଳ ଜୋର୍‌ସୋର୍‌ରେ ଲାଗି ପଡିଛନ୍ତି। ଚାଲିଛି ଜୋରଦାର ପ୍ରଚାର। ଏହାରି ଭିତରେ ନିଜ ଦଳକୁ ହିଁ ଏଭଳି କିଛି କଟାକ୍ଷ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ। କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଶନିବାର ବିଜେପିରେ ଦାଗୀ ନେତାଙ୍କ ପ୍ରବେଶକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ଦଳ ଯେତିକି ସଦସ୍ୟ ବଢ଼ାଉଛି କିଛି ସମସ୍ୟା ଉପୁଜିଛି। ସ୍ୱଚ୍ଛତା ବଜାୟ ରଖିବା ପାଇଁ ଦଳକୁ କିଛି ଆବଶ୍ୟକ ପଦକ୍ଷେପ ନେବାକୁ ପଡ଼ିବ। ଏକ ଚ୍ୟାନେଲକୁ ସାକ୍ଷାତକାର ଦେଇ କେନ୍ଦ୍ରମନ୍ତ୍ରୀ ଗଡ଼କରୀ ବିଜେପିର ରାଜନୈତିକ ସଫଳତାକୁ ଫସଲ ସହ ତୁଳନା କରିଛନ୍ତି। ବିଜେପିର ରାଜନୈତିକ ଫସଲ ବଢିଛି, ଫସଲ ବଡ଼ ହେଲେ ପୋକ ଲାଗିଥାଏ, ଏଭଳି ପରିସ୍ଥିତିରେ କୀଟନାଶକ ସିଞ୍ଚନ କରିବାର ଆବଶ୍ୟକତା ରହିଛି। ବିଜେପିର ବଢୁଥିବା ସଦସ୍ୟତା ଉପରେ ସେ କହିଛନ୍ତି ଯେ ରାଜନୈତିକ ଦଳର ନେତାମାନଙ୍କ ସହ ମିଶିବା ପ୍ରକ୍ରିୟା ଉପରେ ନଜର ରଖିବାକୁ ପଡିବ। ନୂଆ ସଦସ୍ୟମାନଙ୍କୁ ଦଳର ଆଦର୍ଶ ଓ ସଂସ୍କୃତି ସମ୍ପର୍କରେ ସଚେତନ କରିବାକୁ ପଡ଼ିବ। ସେ କହିଛନ୍ତି, ବିଜେପି ହେଉଛି କର୍ମୀଙ୍କ ଦଳ। ବିଭିନ୍ନ କାରଣରୁ ନୂଆ ଲୋକ ଯୋଗ ଦେଉଛନ୍ତି। ଏବେ ସେମାନଙ୍କୁ ପ୍ରଶିକ୍ଷଣ ଦେବା, ଆଦର୍ଶ ଶିଖାଇବା ଆମର ଦାୟିତ୍ୱ। ଆମର ପ୍ରୟାସ ଜାରି ରହିଛି। ହଜାର ହଜାର କର୍ମୀ ପ୍ରୟାସ କରନ୍ତି, କିନ୍ତୁ ବେଳେବେଳେ ଜଣେ କର୍ମୀ ଏପରି କିଛି କହିଲେ ହଜାର ହଜାର କର୍ମୀଙ୍କ ପ୍ରୟାସ ବିଫଳ ହୋଇଯାଏ। ନୀତିନ ଗଡ଼କରୀଙ୍କ ଏହି ବୟାନ ମହାରାଷ୍ଟ୍ରରେ ବିଜେପିର ମେଣ୍ଟକୁ ଟାର୍ଗେଟ କରିଛି। ଏହା ପୂର୍ବରୁ ଲୋକସଭା ନିର୍ବାଚନ ଫଳାଫଳ ଆସିବା ପରେ ଅଜିତ ପାୱାରଙ୍କ ସହ ମେଣ୍ଟକୁ ନେଇ ମଧ୍ୟ ସଂଘ ପ୍ରଶ୍ନ ଉଠାଇଥିଲା। କହିରଖୁଛୁ ଗଡ଼କରୀ ହେଉଛନ୍ତି ସଂଘର ଜଣେ ବିଶ୍ଵସ୍ଥ ନେତା। ଏହି ଅବସରରେ ଗଡ଼କରୀ ଧର୍ମନିରପେକ୍ଷତାର ନୀତି ଉପରେ ଆଲୋକପାତ କରିବା ସହ ସରକାର ଓ ପ୍ରଶାସନ ମଧ୍ୟ ଧର୍ମନିରପେକ୍ଷ ହେବା ଦରକାର ବୋଲି କହିଛନ୍ତି। ସେ କହିଛନ୍ତି ଯେ ଜଣେ ବ୍ୟକ୍ତି ଧର୍ମନିରପେକ୍ଷ ହୋଇପାରିବ ନାହିଁ କିନ୍ତୁ ସରକାର ଓ ପ୍ରଶାସନ ଧର୍ମନିରପେକ୍ଷ ହେବା ଦରକାର। ୨୦୨୪ ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରରେ ବିଜେପିର ପ୍ରଦର୍ଶନ ଉପରେ ନୀତିନ ଗଡ଼କରୀ କହିଛନ୍ତି ଯେ ଲୋକସଭା ନିର୍ବାଚନରେ ଦଳର ଆସନ ସଂଖ୍ୟା ହ୍ରାସ ପାଇଛି। ସାଂସଦ ସଂଖ୍ୟା ୨୩ରୁ ଆସି ୯କୁ ଖସିଛି। ସେ ସ୍ଥାନୀୟ ନେତୃତ୍ୱଙ୍କ ଦକ୍ଷତା ଉପରେ ଆସ୍ଥା ପ୍ରକଟ କରିଛନ୍ତି। ଯଦିଓ ରାଜ୍ୟରେ ତାଙ୍କର କୌଣସି ଆନୁଷ୍ଠାନିକ ପଦବୀ ନାହିଁ, ତଥାପି ଆବଶ୍ୟକ ପଡ଼ିଲେ ସେ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। ଏଠାକାର ନେତାମାନେ ସକ୍ଷମ, ସେମାନଙ୍କୁ ବର୍ତ୍ତମାନ ମୋର ଆବଶ୍ୟକତା ନାହିଁ ବୋଲି ଗଡ଼କରୀ କହିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!