ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଭିନ୍ନକ୍ଷମ ତାଲିମ୍ ଶିବିର ପାଲଟିଛି ରଙ୍ଗମହଲ । ଏହି ରଙ୍ଗମହଲରେ ତାଲିମ୍ ନାଁରେ ଚାଲିଥିଲା ସେକ୍ସ ର୍ୟାକେଟ୍ । ଧରାପଡିଲା ଭିନ୍ନକ୍ଷମ ତାଲିମ୍ କେନ୍ଦ୍ରର ଅସଲମୁଖା । ଏଠି ତାଲିମ୍ ଦିଆଯାଏ କମ୍ କିନ୍ତୁ ସେକ୍ସ ର୍ୟାକେଟ୍ ହୁଏ ବେଶି । ଭିନ୍ନକ୍ଷମ ଯୁବତୀମାନଙ୍କୁ ହାରସ୍ମେ କରୁଥିଲେ ତାଲିମ୍ କେନ୍ଦ୍ରର ମୁଖ୍ୟ । ଏଭଳି ସାଂଘାତିକ ଅଭିଯୋଗ ଆସିଛି ଭୁବନେଶ୍ୱର ପଳାସପଲ୍ଲୀ ଠାରେ ଥିବା ଭିନ୍ନକ୍ଷମ ତାଲିମ୍ କେନ୍ଦ୍ରରେ । ସୂଚନାନୁସାରେ, ପଳାସପଲ୍ଲୀରେ ଗଢି ଉଠିଥିବା ନିଖିଳ ଉକ୍ରଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ତାଲିମ କେନ୍ଦ୍ରରେ, ଅଧିକାରୀଙ୍କ ନିର୍ଦ୍ଦେଶରେ କେନ୍ଦ୍ରର ପରିସରରେ ବାହାରୁ ଯୁବତୀମାନଙ୍କୁ ଆଣି ତାଲିମ୍ କେନ୍ଦ୍ରରେ ସେକ୍ସ ର୍ୟାକେଟ୍ ଚଲାଇଥିବାର ଅଭିଯୋଗ ହୋଇଛି । ଏଥିନିମନ୍ତେ ପଳାସପଲ୍ଲୀ ଥାନାରେ ନଭେମ୍ବର ମାସରୁ ଅଭିଯୋଗ ହୋଇଥିଲେ ମଧ୍ୟ ଅସଲ ଆସାମୀକୁ ଗିରଫ୍ କରିବାରେ ପୁଲିସ୍ ସକ୍ଷମ ହୋଇନାହିଁ । ଏହି ସେକ୍ସ ର୍ୟାକେଟ୍ରେ ଭିନ୍ନକ୍ଷମ ଯୁବତୀମାନଙ୍କୁ ସାମିଲ୍ ହେବାକୁ ବାଧ୍ୟ କରାଯାଉଥିଲା । ଯେଉଁମାନେ ଏଥିରେ ଅରାଜି ହେଉଥିଲେ ସେମାନଙ୍କ ଉପରେ ହେଉଥିବା ବିଭିନ୍ନ ପ୍ରକାରର ଅତ୍ୟାଚାର କରାଯାଉଥିଲା । ଏଠାକୁ ସରକାରୀ ବାବୁମାନେ ଆସନ୍ତି ବାହାରୁ ଯୁବତୀ ଆଣନ୍ତୀ, ଯଦି କେହି ନମିଳନ୍ତି ତାଲିମ୍ କେନ୍ଦ୍ରର ଯୁବତୀମାନଙ୍କୁ ସେକ୍ସ୍ ର୍ୟାକେଟ୍ରେ ସାମିଲ୍ ହେବାକୁ ବାଧ୍ୟ କରିଥାନ୍ତି । ଏହି ଅନୁଷ୍ଠାନରେ କିଛି ଦଲାଲ୍ ଓ କିଛି ସରକାରୀ ବାବୁଙ୍କ ବୁଝାବଣାରେ ଏଭଳି ଜଘନ୍ୟ ଘଟଣା ଘଟୁଥିବା ଲୋକଲୋଚନକୁ ଆସିଛି । ମୁଖ୍ୟ ଅଭିଯୁକ୍ତ ଫେରାର୍ ହୋଇଥିବା ଜଣାପଡିଛି ।





