Friday, November 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଖୁଡ଼ି ପୁତୁରା ସମ୍ପର୍କରେ କଳଙ୍କ, ପ୍ରେମରୁ ହତ୍ୟା

by ସଞ୍ଜୟ ସ୍ୱାଇଁ
November 9, 2024
in Crime, State
ଖୁଡ଼ି ପୁତୁରା ସମ୍ପର୍କରେ କଳଙ୍କ, ପ୍ରେମରୁ ହତ୍ୟା
330
VIEWS
Share on FacebookShare on Twitter

ଧରାକୋଟ, (ବାଘୁଆବାର୍ତ୍ତା) : ଖୁଡ଼ିଙ୍କୁ ମାଆ ସମାନ ବୋଲି କୁହାଯାଏ । ଖୁଡ଼ି-ପୁତୁରା ମାଆ-ପୁଅର ସଂପର୍କ ପରି । କିନ୍ତୁ ବର୍ତ୍ତମାନ ସମାଜର ଏଭଳି ସମ୍ପର୍କରେ ଲାଗିଛି କଳଙ୍କର ଛିଟା । ଅନୈତିକ ସମ୍ପର୍କ ସାଜିଲା ବୈଇରୀ । ଜୀବନ ନେଲା ଦେହ ଲୋଭି ନରପିପାଶ ପୁତୁରା । ସମ୍ପର୍କିୟ ଖୁଡ଼ିଙ୍କୁ ପ୍ରେମ କରି ବିଭତ୍ସ ଭାବରେ ହତ୍ୟା କରିଛି । ଆଉ ଆତ୍ମସମର୍ପଣ କରି ପୁଲିସ ଆଗରେ କୁ-ସମ୍ପର୍କର ଅକୁହା କାହାଣୀ ବର୍ଣ୍ଣନା କରିଛି ଅଭିଯୁକ୍ତ । ଧରାକୋଟ ଥାନା ବରଡାବିଲି ଗାଁରେ ଘଟିଥିବା ବିଭତ୍ସ ହତ୍ୟାକାଣ୍ଡ ପଛରେ ରହିଛି ପାପ ସଂପର୍କ । ସଂପର୍କୀୟ ଖୁଡ଼ିକୁ ଅତି ନୃଶଂସ ଭାବେ ହତ୍ୟା କରିଛି ପୁତୁରା । ଅନୈତିକ ପ୍ରେମ ସଂପର୍କର କରୁଣ ପରିଣତି ବୋଲି କହିଛି ଅଭିଯୁକ୍ତ । ବରଡାବିଲି ଗାଁର ମୃତ ବିଧବା ମହିଳାଙ୍କୁ ପ୍ରେମ କରୁଥିଲା ଅଭିଯୁକ୍ତ ବଳରାମ ସାହୁ । କ୍ୟାନ୍ସରରେ ସଂପର୍କୀୟ ଦାଦାଙ୍କ ମୃତ୍ୟୁ ପରେ ଖୁଡ଼ିଙ୍କ ପ୍ରେମର ପଡ଼ିଯାଇଥିଲା ବଳରାମ । ଦୁହିଁଙ୍କ ମଧ୍ୟରେ ଶାରିରୀକ ସଂପର୍କ ମଧ୍ୟ ଥିଲା । ମହିଳା ଜଣଙ୍କ ସଂପର୍କକୁ ସାମାଜିକ ସ୍ୱୀକୃତି ଦେବାକୁ ଦାବି କରୁଥିଲେ । କିନ୍ତୁ ଏହା ଚାହୁଁ ନଥିଲା ଅଭିଯୁକ୍ତ । ସଂପର୍କରେ ସବୁଦିନ ପାଇଁ ପୂର୍ଣ୍ଣଚ୍ଛେଦ ଟାଣିବାକୁ ନେଇଥିଲା ନିଷ୍ପତ୍ତି । ଶୁକ୍ରବାର ଦିନ ପ୍ରାୟ ସାଢ଼େ ଗୋଟାଏ ବେଳେ, ଘରେ ପଶି ଶାଶୁଙ୍କ ସାମ୍ନାରେ ବୋହୂ ଅର୍ଥାତ୍ ନିଜ ପ୍ରେମିକାର ବେକକୁ କାଟି ହତ୍ୟା କରିଛି ଅଭିଯୁକ୍ତ ପ୍ରେମିକ ତଥା ପୁତୁରା । ପ୍ରେମିକାକୁ ହତ୍ୟା କରିବା ପରେ ରକ୍ତ ଭିଜା ଛୁରି ଧରି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ । ସାଇଣ୍ଟିଫିକ୍ ଟିମ୍‌ ରକ୍ତ ନମୁନା ଓ ଅନ୍ୟାନ୍ୟ ତଥ୍ୟ ସଂଗ୍ରହ କରିଛି । ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି । ହେଲେ ଏବେ ସବୁଠାରୁ ବଡ ପ୍ରଶ୍ନ, ମୃତ ମହିଳାଙ୍କ ଝିଅ ଏବେ କରିବ କ’ଣ ? କ୍ୟାନ୍ସରରେ ବାପା ଆରପାରିକୁ ଚାଲିଯାଇଥିଲେ, ମାଆଙ୍କୁ ହତ୍ୟା କରାଯାଇଛି । କୁନି ଝିଅ କଥା ବୁଝିବ କିଏ ?

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!