ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ବ୍ଲକ୍ ଅନ୍ତର୍ଗତ ଘଡୁଆଳ ପଞ୍ଚାୟତ ଅଧିନ ଜୟଦୁର୍ଗା କ୍ଲବ୍ ପକ୍ଷରୁ ରାଜ୍ୟସ୍ତରୀୟ ଭଲି ଟୁର୍ଣ୍ଣାମେଣ୍ଟ ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ । ସୂଚନାନୁସାରେ, ଜୟଦୁର୍ଗା କ୍ଲବ୍ ଆନୁକୂଲ୍ୟରେ ଏକ ଦିବାରାତ୍ର ଭଲିବଲ୍ ଟୁର୍ଣ୍ଣମେଣ୍ଟ ହେବ । ଏହି ଟୁର୍ଣ୍ଣାମେଣ୍ଟ ରେ ରାଜ୍ୟର ୪ଟି ପ୍ରମୁଖ ଦଳ ଭାଗ ନେବେ । ସେମାନେ ହେଲେ ପୂର୍ବତଟ ରେଲୱେ ଖୋର୍ଦ୍ଧା, ଷ୍ଟିଲ୍ ପ୍ଲା ନାଲ୍କୋ ଅନୁଗୁଳୁ, ଭୁବନେଶ୍ୱର ଭଲି କ୍ଲବ୍ ଭୁବନେଶ୍ୱର ଏବଂ ବଡ଼ଗୋରଡ଼ା ଭଲି କ୍ଲବ୍ ନୟାଗଡ଼ ଏହି ଟୁର୍ଣ୍ଣାମେ ରେ ସାମିଲ୍ ହେବେ । ଉକ୍ତଦିନ କ୍ଲବ୍ର ୨୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବା ସହିତ ଏଥିରେ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯେଗ ଦେବେ ବୋଲି ଜୟଦୁର୍ଗା କ୍ଲବ୍ର ସଭାପତି କୈଳାସ ଜେନା ଏବଂ ସଂପାଦକ ରବିନ୍ଦ୍ର ଜେନାଙ୍କ ସୂଚନା ଦେଇଛନ୍ତି ।





