ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଦେଶରେ ପୁଣି ପେଟ୍ରୋଲ ଓ ଡିଜେଲ୍ ଦରରେ ବୃଦ୍ଧି ପାଇଛି । ଦୈନିକ ତୈଳ ଦର ଦୁଇ ଦିନ ଧରି ଅପରିବ ିର୍ତ ରହିବା ପରେ ଆଜି ପୁଣି ତୈଳ ଦର ବୃଦ୍ଧି ପାଇଛି । ଅନ୍ତର୍ଜାତୀୟ ବଜାରରେ ତେଲଦର ବଢ଼ି ଚାଲିଥିବାରୁ ଏହି ଦରବୃଦ୍ଧ ହୋଇଥିବା ଜଣାପଡିଛି । ତେବେ ପେଟ୍ରୋଲ ଓ ଡିଜେଲ୍ ଲିଟର ପିଛା ୨୫ପଇସା ବୃଦ୍ଧି ପାଇଛି । ଯାହାଫଳରେ ଆଜି ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୮୫.୪୫ଟଙ୍କା ଓ ଡିଲେଜ ଲିଟର ପିଛା ୭୫.୬୩ ଟଙ୍କା ରହିଥିବା ବେଳେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୬.୧୨ ଟଙ୍କା ଓ ଡିଜେଲ୍ ଲିଟରପିଛା ୮୨.୪୧ ଟଙ୍କା ଥିବା ଇଣ୍ଡିଆନ୍ ଅଏଲ୍ ପକ୍ଷରୁ ଜାରି ଦର ତାଲିକାରେ କୁହାଯାଇଛି ।






