ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା): ସିବିଆଇ ଫେସବୁକ୍ ଡାଟା ଲିକ୍ ଘଟଣାକୁ ନେଇ ଆଜି ମାମଲା ରୁଜୁ କରିଛି । ସିବିଆଇ ଯେଉଁ ମାମଲା ରୁଜୁ କରିଛି ତାହା ବ୍ରିଟେନର କନସଲଟିଂ ଫାର୍ମ କେମ୍ବ୍ରିଜ୍ ଆନାଲିଟିକାଙ୍କ ବିରୋଧରେ । ଏହି ଫାର୍ମ ବିନା ଅନୁମତିରେ ଫେସବୁକ୍ରୁ ସେମାନଙ୍କ ତଥ୍ୟ ସଂଗ୍ରହ କରି ବିକ୍ରି କରୁଥିଲା । କେମ୍ବ୍ରିଜ୍ ଆନାଲିଟିକ୍ ସାରା ବିଶ୍ୱର ପ୍ରାୟ ୫ କୋଟି ଲେକାଙ୍କର ଡାଟାକୁ ବିକ୍ରି କରିଥିବା ନେଇ ମାର୍ଚ୍ଚ ୨୦୧୮ରେ ଅଭିଯୋଗ ଆସିଥିଲା । ଯେଉଁମାନଙ୍କ ଡାଟା ବିକ୍ରି ହୋଇଥିଲା, ସେମାନଙ୍କ ମଧ୍ୟରୁ ଭାରତୀୟ ୫ ଲକ୍ଷ ୬୨ ହଜାର ଲୋକଙ୍କ ଡାଟା ବିକ୍ରି ହୋଇଥିଲା । ଯାହାଫଳରେ ତତ୍କାଳୀନ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହାର ତଦନ୍ତ ସିବିଆଇ ଦ୍ୱାରା କରାଯିବ ବୋଲି କହିଥିଲେ । କେମ୍ବ୍ରିଜ୍ ଆନାଲିଟିକା ସହିତ ଆଉ ଏକ ସଂସ୍ଥା ଗ୍ଲୋବାଲ୍ ସାଇନ୍ସ ରିସର୍ଚ୍ଚ ନାଁରେ ମଧ୍ୟ ମାମଲା ରୁଜୁ କରିଛି ସିବିଆଇ ବୋଲି ଜଣାପଡିଛି ।






