Wednesday, September 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗୋଲ୍ଡ ମେଡାଲିଷ୍ଟ ବକ୍ସର୍ ମହିଳା ନୁହେଁ ପୁରୁଷ

by ସଞ୍ଜୟ ସ୍ୱାଇଁ
November 5, 2024
in NATIONAL NEWS, Sports
ଗୋଲ୍ଡ ମେଡାଲିଷ୍ଟ ବକ୍ସର୍ ମହିଳା ନୁହେଁ ପୁରୁଷ
142
VIEWS
Share on FacebookShare on Twitter

ନିଉଦିଲ୍ଲୀ, (ବାଘୁଆବାର୍ତ୍ତା): ମହିଳା ବର୍ଗରେ ପ୍ୟାରିସ୍‌ ଅଲିମ୍ପିକ୍‌ ୨୦୨୪ରେ ଦମ୍‌ଦାର ପ୍ରଦର୍ଶନ କରିଥିଲେ ଅଲଜେରିଆର ବକ୍ସର ଇମାନ ଖଲିଫ। ସମସ୍ତଙ୍କୁ ପଛରେ ପକାଇ ସେ ଜିତିଥିଲେ ଗୋଲ୍ଡ ମେଡାଲ। ଏବେ ତାଙ୍କ ଜେଣ୍ଡର ବା ଲିଙ୍ଗକୁ ନେଇ ବଡ଼ ଖୁଲାସା ହୋଇଛି। ମେଡିକାଲ ରିପୋର୍ଟରୁ ସେ ମହିଳା ନୁହନ୍ତି ପୁରୁଷ ବୋଲି ଜଣାପଡିଛି। ଅଲିମ୍ପିକ୍ସ ସମୟରେ ଇମାନର ଜେଣ୍ଡରକୁ ନେଇ ବିବାଦ ଦେଖାଦେଇଥିଲା। ଏବେ ପୁଣି ଖଲିଫ ବିବାଦରେ ଛନ୍ଦି ହୋଇଥିବା ନଜର ଆସିଛନ୍ତି। ଅଲିମ୍ପିକ୍ସ ସମୟରେ ଖଲିଫ ମହିଳା ନା ପୁରୁଷ, ଏହାକୁ ନେଇ ତାଙ୍କ ଜେଣ୍ଡର ସମ୍ବନ୍ଧୀୟ ଅନେକ ଚର୍ଚ୍ଚା ହୋଇଥିଲା। କିନ୍ତୁ ସେ ଏସବୁକୁ ଖାତିର ନକରି ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ପ୍ରଥମ ସ୍ଥାନ ପାଇବାରେ ସଫଳ ହୋଇଥିଲେ। ତେବେ ଅଲିମ୍ପିକ ସରିବାର ଦୀର୍ଘଦିନ ପରେ ସାମ୍ନାକୁ ଆସିଛି ତାଙ୍କର ଡାକ୍ତରୀ ରିପୋର୍ଟ। ଏଥିରେ ଇମାନଙ୍କ ଶରୀରରେ ଅନେକ ପୁରୁଷ ଅଙ୍ଗ ରହିଥିବା ଦାବି କରାଯାଇଛି। ରିପୋର୍ଟ ଅନୁଯାୟୀ ଖଲିଫଙ୍କ ଶରୀରରେ ଅତିରିକ୍ତ ଅଣ୍ଡକୋଷ ଏବଂ XY କ୍ରୋମୋଜୋମ୍ ଅଛି, ଯାହା ୫-ଆଲଫା ରେଡକ୍ଟେଜ୍ ଡିସ୍‌ଅର୍ଡର ଆଡ୍‌କୁ ଇଷାରା କରେ। ଏଥିସହ ତାଙ୍କ ଶରୀରରେ ଗର୍ଭାଶୟ ମଧ୍ୟ ନାହିଁ, ଯାହା ମହିଳାଙ୍କ ଶରୀରରେ ଥାଏ। ଏହା ବ୍ୟତୀତ ରେଡକ୍ସର ରିପୋର୍ଟ ଅନୁଯାୟୀ, ଏମଆରଆଇରେ ଇମାନର ଶରୀର ଭିତରେ ମାଇକ୍ରୋପେନିସ ବା ପୁରୁଷଙ୍କ ଭଳି ଯୌନାଙ୍ଗ ଥିବା ଜଣାପଡିଛି। ଇମାନଙ୍କ ଶରୀରରେ XY କ୍ରୋମୋଜୋମ୍ ଅଛି ବୋଲି ଅଲିମ୍ପିକ୍ସ ସମୟରେ ଇମାନ ଖଲିଫଙ୍କ ବିପକ୍ଷରେ ଖେଳିଥିବା ଅନେକ ମହିଳା ବକ୍ସର ପରୋକ୍ଷରେ ଇଙ୍ଗିତ କରିଥିଲେ। ତେବେ ସେହି ସମୟରେ ଅଲିମ୍ପିକ୍ସ କମିଟି ଖଲିଫଙ୍କ ଖେଳ ଉପରେ କୌଣସି ପ୍ରତିବନ୍ଧକ ଲଗାଇ ନଥିଲା। ବିଶ୍ୱ ଚାମ୍ପିଅନସିପ୍ ୨୦୨୩ ସମୟରେ ଖଲିଫଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଅନ୍ତର୍ଜାତୀୟ ବକ୍ସିଂ ଆସୋସିଏସନ୍‌ ତାଙ୍କୁ ବ୍ୟାନ୍‌ କରିଥିଲା। ଏଥିସହିତ ଅଲିମ୍ପିକ୍ସରେ ତାଙ୍କର ଅଂଶଗ୍ରହଣକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!