ଗୋକୁଳମୁଣ୍ଡା, (ବାଘୁଆବାର୍ତ୍ତା): ଶିକ୍ଷକଙ୍କ ସ୍ନେହରେ ବନ୍ଧା ମୟୂର । ସାଧାରଣ ଭାବେ ମଣିଷଙ୍କୁ ପାଖରୁ ଦେଖିଲେ ମୟୂରମାନେ ଦୂରକୁ ଚାଲିଯାଆନ୍ତି । ହେଲେ ଗୋକୁଳମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ତାର ବ୍ୟତିକ୍ରମ । ଶିକ୍ଷକ ରବୀନ୍ଦ୍ରଙ୍କ ସ୍ନେହରେ ବନ୍ଧା ପଡିଯାଇଛି ମୟୂର। ପ୍ରତିଦିନ ବିଦ୍ୟାଳୟରେ ପ୍ରାର୍ଥନା ଆରମ୍ଭରୁ ମଧ୍ୟାହ୍ନ ଘଣ୍ଟି ବାଜିବା ଯାଏଁ ରବୀନ୍ଦ୍ରଙ୍କ ସାଥିରେ ଥାଏ ମୟୂର। ଶିକ୍ଷକଙ୍କ ସ୍ନେହରେ ବନ୍ଧା ମୟୂର । ସାଧାରଣତଃ ମୟୂର ଦେଖିବାକୁ ଯେତିକି ସୁନ୍ଦର ତାର ମନ ମଧ୍ୟ ସେତିକି ସୁନ୍ଦର । ସାଧାରଣ ଭାବେ ମଣିଷଙ୍କୁ ପାଖରୁ ଦେଖିଲେ ମୟୂରମାନେ ଦୂରକୁ ଚାଲିଯାଆନ୍ତି । ହେଲେ ଗୋକୁଳମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ତାର ବ୍ୟତିକ୍ରମ । ଗୋକୁଳମୁଣ୍ଡା ବିଦ୍ୟାଳୟର ଶିକ୍ଷକ ରବୀନ୍ଦ୍ରଙ୍କ ସ୍ନେହରେ ବନ୍ଧା ପଡିଯାଇଛି ମୟୂର । ପ୍ରତିଦିନ ମୟୂରଟି ବିନା ଡରରେ, ବିନା ସଙ୍କୋଚରେ ବିଦ୍ୟାଳୟକୁ ଆସି ଶିକ୍ଷକ ରବୀନ୍ଦ୍ରଙ୍କୁ ଖୋଜେ । ପ୍ରାର୍ଥନା ସମୟରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ଘଣ୍ଟି ବାଜିବା ପର୍ୟ୍ୟଇନ୍ତ ବିଦ୍ୟାଳୟରେ ରୁହେ ମୟୂର । ଛାତ୍ରଛାତ୍ରୀଙ୍କୁ ଭୟ ନକରି ବିଦ୍ୟାଳୟରେ ବିଚରଣ କରେ ମୟୂର । ମୟୂରଟି ବିଦ୍ୟାଳୟ ଘଣ୍ଟି ବାଜିବା ମାତ୍ରେ ସ୍କୁଲକୁ ଆସି ପିଲାଙ୍କ ସହ ମିଶି ପାଠ ପଢୁଥିବାରୁ ପିଲାଙ୍କ ମଧ୍ୟରେ ଆନନ୍ଦ ଖେଳିଯାଏ । ସ୍କୁଲର ଶିକ୍ଷକଙ୍କ ସମେତ ଛାତ୍ରଛାତ୍ରୀ ମାନେ ମୟୂରକୁ କିଛି ଖାଇବାକୁ ଦେଲା ପରେ ମୟୂରଟି ବିଦ୍ୟାଳୟରୁ ପଳାଏ । ତେବେ ମୟୂରଟି କେଉଁଠୁ ଆସୁଛି ତାହା ଏବେବି ଜଣାପଡିନାହିଁ ।






