ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼କୁ ରେଳ ଚଳାଚଳ କରିବା ପାଇଁ ପୂର୍ବତଟ ରେଳ ବିଭାଗର ଜେନେରାଲ୍ ମ୍ୟାନେଜର(ଜିଏମ୍)ଙ୍କୁ ନୟାଗଡ଼ ବିଧାୟକ ତଥା ରାଜ୍ୟ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ଚିଠି ଲେଖିଥିବା ଜଣାପଡିଛି । ଗତ ମାର୍ଚ୍ଚମାସରୁ କୋଭିଡ୍-୧୯ ପାଇଁ ନୟାଗଡ଼ରୁ ପୁରୀ ଓ ଭୁବନେଶ୍ୱର ‘ସେବା’ ଏକ୍ସପ୍ରେସ୍ ବନ୍ଦ ରହିଛି । ବର୍ତ୍ତମାନ ପରିସ୍ଥିତିରେ ପୁରୀ ଜଗନ୍ନାଥ ମନ୍ଦିର ସର୍ବସାଧାରଣଙ୍କ ପାଈଁ ଖୋଲିଲାଣି । ଭୁବନେଶ୍ୱରରେ ଅନେକ ପର୍ଯ୍ୟଟନସ୍ଥଳୀ ଖୋଲିଲାଣି । ଦୈନଦିନ ନୟାଗଡ଼ରୁ ପୁରୀ ଓ ଭୁବନେଶ୍ୱରକୁ ବହୁ ଯାତ୍ରୀ ଯାଆସ କରୁଛନ୍ତି । କୋଭିଡ୍-୧୯ କଟକଣା ଧିରେ ଧିରେ ଶିଥିଳ ପଡ଼ିଲାଣି । ତେଣୁ ଯଥାଶୀଘ୍ର ନୟାଗଡ଼କୁ ରେଳ ଚଳାଚଳ କରଯାଉ ବୋଲି ମନ୍ତ୍ରୀ ଡ. ସାହୁ ଆଜି ଚିଠି ଲେଖିଛନ୍ତି ।





