ଓଡ଼ଗାଁ, (ବାଘୁଆବାର୍ତ୍ତା) : ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ଆଗକୁ ନୂଆଋପ ନେବାକୁ ଯାଉଛି । ଏଠାରେ ଭିତ୍ତିଭୂମୀ ସଜାଡ଼ିବାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି । ଆଗାମୀ ଦିନରେ ନିର୍ମାଣ ହେବାକୁ ଥିବା ଶୈକ୍ଷିକ ଭବନ ଏବଂ ଛାତ୍ରୀ ନିବାସ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ତଥା କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଓ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ ଯୋଗ ଦେଇଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ, ବିଭୁପ୍ରସାଦ ସାହୁ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ଧର, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ୍ତ କୁମାର ପଟ୍ଟନାୟକ ଏବଂ ଯନ୍ତ୍ରୀ ସୁଧାଂଶୁ ଶେଖର ବେହେରା ଉପସ୍ଥିତ ରହିଥିଲେ । ପ୍ରାକୃତିକ ପରିବେଶ ମଧ୍ୟରେ ବାଲୁମୁଣ୍ଡିଆ କୋଳରେ ଗଢ଼ି ଉଠିଥିବା ଏହି ଶିକ୍ଷାନୁଷ୍ଠାନଟି ଅତୀତରେ ସ୍ଥାନୀୟ ଅଂଚଳକୁ ଗୈାରବ ମଣ୍ଡିତ କରିଛି । ଧିରେ ଧିରେ ଆବଶ୍ୟକୀୟ ଭିତ୍ତିଭୁମୀ ବିକସିତ ହେଲେ ଏକା ଉôତକର୍ଷର ଚରମ ଶିଖରରେ ପହଞ୍ଚିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।





