Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡ଼ିଶା ବିଧାନସଭାର ସଂପୂର୍ଣ୍ଣ କମ୍ପୁ୍ୟଟରୀକରଣ ପାଇଁ ଗୃହକମିଟି ବୈଠକ

by ସଞ୍ଜୟ ସ୍ୱାଇଁ
January 18, 2021
in Breaking, State
ଓଡ଼ିଶା ବିଧାନସଭାର ସଂପୂର୍ଣ୍ଣ କମ୍ପୁ୍ୟଟରୀକରଣ ପାଇଁ ଗୃହକମିଟି ବୈଠକ
93
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଓଡ଼ିଶା ବିଧାନସଭା ସଚିବାଳୟର ଦୈନନ୍ଦିନ କାର୍ଯ୍ୟ ଏବଂ ବିଧାନସଭା ଅଧିବେଶନ କାର୍ଯ୍ୟର ସଂପୂର୍ଣ୍ଣ କମ୍ପୁ୍ୟଟରୀକରଣ ପାଇଁ ବିଧାନସଭା ଗୃହ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଏ ସଂକ୍ରାନ୍ତୀୟ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ବିଧାନସଭାର ସମସ୍ତ କର୍ମଚାରୀଙ୍କୁ ଆବଶ୍ୟକୀୟ ପ୍ରଶିକ୍ଷଣ ପ୍ରଦାନ ସହ ଆଗାମୀ ଦିନରେ ଇ-କମ୍ପୁ୍ୟଟର ମାଧ୍ୟମରେ ଫାଇଲ୍‌ ଓ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ କରିବା ପାଇଁ ବାଚସ୍ପତି ଡ. ପାତ୍ର କଡ଼ା ନିର୍ଦ୍ଦେଶ ଦେଇଥିଲେ । ଇ-ବିଧାନସଭାକୁ ମିଶନ୍‌ ମୋଡ଼୍‌ରେ କାର୍ଯ୍ୟକାରୀ କରିବା ସହ ବିଧାନସଭାର ସମସ୍ତ କାର୍ଯ୍ୟକ୍ରମ ବିନା କାଗଜରେ ସଂପନ୍ନ କରିବା ପାଇଁ ମଧ୍ୟ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ବିଧାନସଭାର ସମସ୍ତ ସଭ୍ୟଙ୍କୁ ଆବଶ୍ୟକୀୟ ପ୍ରଶିକ୍ଷଣ ପ୍ରଦାନ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରିବାକୁ ବାଚସ୍ପତିଙ୍କୁ ଅନୁରୋଧ କରାଯାଇଥିଲା । ଆଲୋଚନାର ବିବରଣୀରୁ ପ୍ରକାଶ ଯେ ବିଧାନସଭାକୁ ସଂପୂର୍ଣ୍ଣ କମ୍ପୁ୍ୟଟରୀକରଣ କରିବା ପାଇଁ ୨୦୧୨ ଅପ୍ରେଲ ୭ ତାରିଖରେ ଏକ ସର୍ବସମ୍ମତ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ଏବଂ ତଦନୁଯାୟୀ ଏକ ଗୃହ କମିଟି ରାଜସ୍ଥାନ, ମହାରାଷ୍ଟ୍ର ସହ ଲୋକସଭାକୁ ଷ୍ଟଡି ଟୁର୍‌ରେ ଯାଇଥିଲେ ଏବଂ ବିଧାନସଭାର ଦୈନନ୍ଦିନ କାର୍ଯ୍ୟକ୍ରମ ଜାତୀୟ ସୂଚନା ପ୍ରଯୁକ୍ତି ଅନୁଷ୍ଠାନ ମାଧ୍ୟମରେ ଡିଜିଟାଇଜେସନ୍‌ କରାଯିବାର ରିପୋର୍ଟ ପ୍ରଦାନ କରିଥିଲେ । ଏତଦ୍‌ବ୍ୟତୀତ ବିଧାନସଭାର ରିପୋର୍ଟର ଶାଖା, କାର୍ଯ୍ୟ ବିବରଣୀ ଶାଖା ଏବଂ ପ୍ରଶ୍ନୋତ୍ତର ଶାଖାକୁ ମଧ୍ୟ କମ୍ପୁ୍ୟଟରୀକରଣ ପାଇଁ ପରାମର୍ଶ ଦେଇଥିଲେ । କେନ୍ଦ୍ର ସରକାରଙ୍କ ସଂସଦୀୟ ବ୍ୟାପାର ବିଭାଗ ଏହି କାର୍ଯ୍ୟକ୍ରମ ପାଇଁ ୧ କୋଟି ୨ ଲକ୍ଷ ୯୬ ହଜାର ୪୦୮ ଟଙ୍କା ଅନୁଦାନ ପ୍ରଦାନ କରିଥିବା ସ୍ଥଳେ ଅବଶିଷ୍ଟ ଶତକଡ଼ା ୪୦ ଭାଗ ଅର୍ଥ ରାଜ୍ୟ ସରକାରଙ୍କ ଇଲେକ୍‌ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଭାଗ ପ୍ରଦାନ କରିଥିଲେ । ଓଡ଼ିଶା ବିଧାନସଭା ସଚିବାଳୟକୁ ସଂପୂର୍ଣ୍ଣ କମ୍ପୁ୍ୟଟରୀକରଣ ପାଇଁ ଏହି ଅର୍ଥ ଓକାକ୍‌କୁ ପ୍ରଦାନ କରାଯାଇଛି ଏବଂ ଏହି କାର୍ଯ୍ୟକ୍ରମକୁ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି । ତେବେ ଏହି କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରିବା ସହ ବିଧାନସଭାର ସମସ୍ତ ଶାଖାକୁ ଅବିଳମ୍ବେ କମ୍ପୁ୍ୟଟରୀକରଣ ପାଇଁ ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ବିଧାୟକ ଦେବୀ ପ୍ରସାଦ ମିଶ୍ର, ତାରାପ୍ରସାଦ ବାହିନୀପତି, ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ସମେତ ବିଧାନସଭା ସଚିବ ଦାଶରଥୀ ଶତପଥୀ ଯୋଗଦେଇଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!