Saturday, April 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୁଇ ଅଭିଯୋଗକାରୀଙ୍କୁ ଧନତେରସ ଉପହାର 

by ସଞ୍ଜୟ ସ୍ୱାଇଁ
October 30, 2024
in Breaking, Nayagarh
ଦୁଇ ଅଭିଯୋଗକାରୀଙ୍କୁ ଧନତେରସ ଉପହାର 
427
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସହର ଓ ଲେଙ୍କୁଡ଼ିପଡା ଗ୍ରାମର ଦୁଇ ଅଭିଯୋଗକାରୀଙ୍କୁ ଧନତେରସ ଦିବସରେ ମିଳିଛି ବଡ଼ ଉପହାର l ପୁଣି ପୋଲିସ ପକ୍ଷରୁ ମିଳିଛି ଏହି ଉପହାର l ଉପହାର ସ୍ୱରୂପ ସୁନା ଅଳଙ୍କାର ନୟାଗଡ଼ ଟାଉନ ଥାନା ଆଇଆଇସି ରଶ୍ମିରଞ୍ଜନ ମହାପାତ୍ରଙ୍କ ଉପସ୍ଥିତିରେ ଏସଡ଼ିପିଓ ସୁଦର୍ଶନ ଗାଙ୍ଗୋଇ ଅଭିଯୋଗକାରୀଙ୍କୁ ପ୍ରଦାନ କରିଛନ୍ତି l ଉପହାର ସ୍ୱରୂପ ଚୋରି ହୋଇଥିବା ସୁନା ଅଳଙ୍କାର ପାଇବା ପରେ ଉତ୍ସାହିତ ହୋଇଛନ୍ତି ଦୁଇ ଅଭିଯୋଗକାରୀ l ସୂଚନାନୁସାରେ, ନୟାଗଡ଼ ଟାଉନ ଥାନା ଅନ୍ତର୍ଗତ ଦେବୋତ୍ତର ଲେନ-4 ରେ ଦିନ ଦ୍ୱିପ୍ରହରେ କିଛି ଦିନ ତଳେ ଦୃବୁତମାନେ ଲୁଗା ବ୍ୟବସାୟୀ ଶିବପ୍ରସାଦ ସାହୁଙ୍କ ଘରେ କଳାକନା ବୁଲାଇ ଲୁଟିନେଇଥିଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର l ସେ ନେଇ ଶ୍ରୀ ସାହୁ ଥାନାରେ ଅଭିଯୋଗ କରିଥିଲେ l ପୋଲିସ ତତକ୍ଷଣାତ ପହଞ୍ଚି ତଦନ୍ତ ଆରମ୍ଭ କରି କିଛି ଦିନ ପରେ ଚୋରଙ୍କୁ କାବୁ କରିଥିଲା ଏବଂ ଅଳଙ୍କାର ଜବତ କରିଥିଲା l ସେହିପରି ଲେଙ୍କୁଡ଼ିପଡ଼ା ଗ୍ରାମର ରଶ୍ମିଲତା ରଥ ରେଲୱେ ଓଭରବ୍ରିଜ ଦେଇ ଗାଁକୁ ଆସୁଥିବା ବେଳେ ତାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଥିଲେ ଦୃବୁତ l ପୋଲିସ ଚୋରମାନଙ୍କୁ ଧରି ସେମାନଙ୍କ ଠାରୁ ଜବତ ହୋଇଥିବା ସୁନା ଅଳଙ୍କାରଙ୍କୁ ଦୀପାବଳିର ଧନତେରସ ଉପଲକ୍ଷେ ସେମାନଙ୍କୁ ସେମାନଙ୍କ ଚୋରି ହୋଇଯାଇଥିବା ସୁନା ଅଳଙ୍କାର ପ୍ରଦାନ କରାଯାଇଛି l ଏହି ପବିତ୍ର ଦିନରେ ପାଇବା ପରେ ଅଭିଯୋଗକାରୀମାନେ ଖୁସି ବ୍ୟକ୍ତ କରିବା ସହ ନୟାଗଡ଼ ପୋଲିସ ଓ ଟାଉନ ଥାନା ଆଇଆଇସିଙ୍କୁ ପ୍ରଶଂସା କରିଛନ୍ତି l

 

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

April 17, 2026
ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

April 16, 2026
ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

April 16, 2026
ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

April 16, 2026
କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

April 16, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!