ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ପୁଲିସ ଜଣେ ଅଭିଯୁକ୍ତକୁ ନାବାଳିକା ଅସଦାଚରଣ ଓ ଭିଡିଓ ଭାଇରଲ ଘଟଣାରେ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦର୍ପନାରାୟଣପୁର ଫାଣ୍ଡି ଅଧୀନ ଖତିଆ ଗାଁର ଯୋଗେନ୍ଦ୍ର ସାହୁଙ୍କ ପୁଅ ସମୀର ସାହୁ। ଜୈନିକ ନାବାଳିକା ସହ ସମୀର ଦୀର୍ଘ ଦୁଇ ବର୍ଷ ଧରି ସମ୍ପର୍କ ରଖି ଆସୁଥିଲା। ସମ୍ପର୍କ ସମୟର ଭିଡିଓ ପ୍ରସ୍ତୁତ କରି ନାବାଳିକାଙ୍କୁ ବ୍ଲାକମେଲ କରିଥିଲା। ନାବାଳିକାଙ୍କ ଭିଡିଓ ଭାଇରାଲ କରିବା ପରେ ଘଟଣା ପରିବାର ଲୋକେ ଜାଣିଥିଲେ। ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ପୁଲିସ ଘଟଣାର ସତ୍ୟତା ଅନୁଧ୍ୟାନ କରି ମାମଲା ରୁଜୁ କରିଥିଲା। ତଦନ୍ତ ପରେ ସମୀରକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।






