Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗ୍ରାମରକ୍ଷୀଙ୍କ ଘରୁ ଜବତ ହେଲା ୨୫ ଲକ୍ଷର ବାରୁଦ, ବାଜିରେ ଲାଗିଥିଲା ଲୋକଙ୍କ ଜୀବନ

by ସଞ୍ଜୟ ସ୍ୱାଇଁ
October 28, 2024
in Crime, State
ଗ୍ରାମରକ୍ଷୀଙ୍କ ଘରୁ ଜବତ ହେଲା ୨୫ ଲକ୍ଷର ବାରୁଦ, ବାଜିରେ ଲାଗିଥିଲା ଲୋକଙ୍କ ଜୀବନ
153
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଅଧିନ ଗୁଆପୁରରେ ଚାଲିଥିଲା ବେଆଇନ ବାଣ ଗୋଦାମ । ବାଲିପାଟଣା ଥାନାର ଗ୍ରାମରକ୍ଷୀଙ୍କ ଘର ସାଜିଥିଲା ସୁରକ୍ଷିତ ସ୍ଥାନ । ବାପା ଗ୍ରାମରକ୍ଷୀ ଥିବାରୁ ପୁଅ ବେଆଇନ ଭାବରେ ଏହି ଗୋଦାମ ଚଳାଉଥିଲା । ଅତର୍କିତ ରେଡ ବେଳେ ୨୫ ଲକ୍ଷ ଟଙ୍କାର ବେଆଇନ ବାଣ ତିଆରି ସାମଗ୍ରୀ ଜବତ କରାଯାଇଛି । ସେପଟେ ବେଆଇନ ବାଣ ବିକ୍ରି ଉପରେ ରୋକ ଲଗାଇବା ପାଇଁ କମିସନରେଟ ପୁଲିସର ସ୍ୱତନ୍ତ୍ର ଟିମ ଗଠନ କରିଛନ୍ତି ଡିସିପି । ଗୁଆପୁରରେ ଗ୍ରାମରକ୍ଷୀଙ୍କ ଗୋଦାମ ଘରକୁ ନେଇ ଚର୍ଚ୍ଚା । ଗ୍ରାମରକ୍ଷୀଙ୍କ ଘରେ ଚାଲିଥିଲା ବେଆଇନ ବାଣ ଭିଡ଼ା । ନା ଥିଲା ପ୍ରଶାସନକୁ ଭୟ ନା ଥିଲା ପୁଲିସକୁ ଡର । ନିଜେ ଯେଉଁ ଥାନାରେ କାମ କରୁଥିଲେ, ସେହି ଥାନା ଆଢୁଆଳରେ ରହି ଆଇନର ଧଜ୍ଜିଆ ଉଡାଉ ଥିଲେ । ଆଉ ବାପା ଗ୍ରାମରକ୍ଷୀ ଥିବାରୁ ପୁଅକୁ ଫୁଲ ଦମରେ ବାଣ କାରବାରରେ ଲଗାଇ ଦେଇଥିଲେ । ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅଧିନ ଗୁଆପୁରର ମଲ୍ଲିକ ସାହିରେ । ବେଧଡ଼କ ଭାବେ ବେଆଇନ ଭାବେ ଚାଲିଥିଲା ବାଣ ଗୋଦାମ । ଲକ୍ଷ ଲକ୍ଷ ଟଙ୍କାର ବିସ୍ପୋରକ ଆଣି ବାଣ ଭିଡୁଥିଲେ ବାଣୁଆ । ନା ଥିଲା ଲାଇସେନ୍ସ ନା ଗ୍ରହଣ କରାଯାଇଥିଲା ସୁରକ୍ଷା ବ୍ୟବସ୍ଥା । କମିଶନରେଟ ପୁଲିସ ଗ୍ରାମରକ୍ଷୀଙ୍କ ଘର ରେଡ କରି ୨୫ ଲକ୍ଷର ବିସ୍ଫୋରକ ଜବତ କରିଛି । ଏଥିରେ ଦେଢ କ୍ୱିଣ୍ଟାଲ ବାରୁଦ, ୫୦ କିଲୋ ଲୁହାଗୁଣ୍ଡ ଓ ପଟାସ ଜବତ କରାଯାଇଛି । ତେବେ ବାଲିପାଟଣାରୁ ଗିରଫ ହୋଇଥିବା ଅଭିଯୁକ୍ତ ବିଶ୍ୱନାଥ ମଲ୍ଲିକ ଗ୍ରାମରକ୍ଷୀଙ୍କ ପୁଅ ହୋଇଥିବାରୁ ନିଜ ଘରକୁ ସୁରକ୍ଷିତ ସ୍ଥାନ ଭାବରେ ବାଛି ନେଇଥିଲା । ଏହା ସହ ସହଯୋଗୀ ଚନ୍ଦ୍ରଶେଖର ମଲ୍ଲିକକୁ ବି ଗିରଫ କରାଯାଇଛି । ସେପଟେ ରାଜଧାନୀ ଉପକଣ୍ଠରେ ଚାଲିଥିବା ବେଆଇନ ବାଣ ଗୋଦାମ ଉପରେ କମିଶନରେଟ ପୁଲିସର ଏକ ସ୍ୱତନ୍ତ୍ର ଟିମ ନଜର ରଖିଛି । ଆଗକୁ ଦୀପାବଳି ଥିବାରୁ ରାଜଧାନୀର ବାଣ ଦୋକାନ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ପ୍ରସ୍ତୁତ କରାଯାଇଛି । ଏନେଇ ୨୫ଟି ସ୍ଥାନରେ ଅସ୍ଥାୟୀ ବାଣ ଦୋକନ ପାଇଁ ସ୍ଥାନ ଚିହ୍ନଟ କରାଯାଇଛି । ୪୬୫ ଜଣ ଲାଇସେନ୍ସ ପାଇଁ ଆବେଦନ କରିଥିବା ବେଳେ, ୨ସହ ଜଣକୁ ଲାଇସେନ୍ସ ପ୍ରଦାନ କରାଯାଇଛି । ତେବେ ଯେଉଁମାନେ ନିୟମ ଉଲ୍ଲଘଂନ କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ସହ ବାଣ ଦୋକନ ସଟର ଡାଉନ କରିବାକୁ ଯୋଜନା କରିଛି ପୁଲିସ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!