ଟାଙ୍ଗୀ, (ବାଘୁଆବାର୍ତ୍ତା): ଟାଙ୍ଗୀ ବ୍ଲକ୍ର ବିଭିନ୍ନ ସ୍ଥାନର ଜୁଆ ଆଡ଼ା ଉପରେ ଆଜି ଉଭୟ ଟାଙ୍ଗୀ ଏବଂ ଚାନ୍ଦପୁର ଥାନା ପୁଲିସ ଚଢ଼ଉ କରିଛି| ଏହି ଘଟଣାରେ ଟାଙ୍ଗୀ ଥାନା ପୁଲିସ ୧୦ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ମୋଟ୍ ୨୪ ହଜାର ୪୯୦ଟଙ୍କା ଜବତ ହୋଇଛି। ସୂଚନା ମୁତାବକ, ଟାଙ୍ଗୀ ଥାନା ମଙ୍ଗଳାଯୋଡ଼ି ଗାଁରେ ବେଆଇନ ଭାବେ ଜୁଆ ଖେଳ ଚାଲିଥିବା ବେଳେ ଆଜି ପୁଲିସ ଅତର୍କିତ ଭାବେ ଚଢ଼ଉ କରିଥିଲା | ପୁଲିସକୁ ଦେଖି ଜୁଆଡ଼ିମାନେ ଛତ୍ରଭଙ୍ଗ ଦେଇଥିଲେ। ପୁଲିସ ସେମାନଙ୍କୁ ତୁରନ୍ତ କବ୍ଜାକୁ ନେଇଥିଲା । ଘଟଣାସ୍ଥଳରୁ ପୁଲିସ ୧୦ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ମଙ୍ଗଳାଯୋଡି ଗାଁର ହାଲୁ ବେହେରା(୩୮), ଶଙ୍କର ବେହେରା(୩୯), କଳିଙ୍ଗ ବେହେରା(୪୦), ଶଙ୍କର ବେହେରା(୫୭), ଅରୁଣ ବେହେରା(୪୭), ଅମୂଲ୍ୟ ବେହେରା (୪୮), ସନାତନ ବେହେରା(୩୫), ସନ୍ତୋଷ ବେହେରା(୨୮), ପଣସପୁରପାଟଣାର ବିଶ୍ଵରଞ୍ଜନ ମହାପାତ୍ର(୨୭) ଓ ବାଳୁଙ୍ଗାଡିହ ପାଟଣାର ବୈରାଗୀ ନାୟକ(୫୫) । ସେହିପରି ଚାନ୍ଦପୁର ଥାନା ପୁଲିସ ଆଜି ଉଗ୍ରତାରାଠାରେ ଚଢ଼ଉ କରିଛି। ଘଟଣାସ୍ଥଳରୁ କିଛି ଯୁବକ ଗିରଫ ହେବା ସହିତ କିଛି ଗାଡି ବି ଧରପଗଡ଼ ହୋଇଥିବା କୁହାଯାଉଛି। ଏନେଇ କିନ୍ତୁ କିଛି ସ୍ପଷ୍ଟ ହୋଇନାହିଁ ।





