Tuesday, September 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆପାର୍ଟମେଣ୍ଟ ଭିତରେ ଚାଲୁଛି ରେଳ

by ସଞ୍ଜୟ ସ୍ୱାଇଁ
January 16, 2021
in NATIONAL NEWS
ଆପାର୍ଟମେଣ୍ଟ ଭିତରେ ଚାଲୁଛି ରେଳ
260
VIEWS
Share on FacebookShare on Twitter

ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା): ବହୁଳ ଜନସଂଖ୍ୟାର ଦେଶ ଚୀନ୍ରେ ବିଚିତ୍ର ଘଟଣାର ମାନ ଦେଖିବାକୁ ମିଳେ । ଚୋରା, ନକଲି ଜିନିଷର ଗନ୍ତାଘର ଭାବେ ଜଣାଯାଉଥିବା ଚୀନ୍ର କେତେକ କୋଣ ଅନୁକୋଣର ଆପାର୍ଟମେଣ୍ଟ ଭିତର ଦେଇ ଗମନାଗମନ କରୁଛି ରେଳ । ଦକ୍ଷିଣ-ପୂର୍ବ ଚୀନ୍ର ଚୋଙ୍ଗ୍କିଙ୍ଗ୍ରେ ୧୯ମହଲାର ଆପାର୍ଟମେଣ୍ଟ ଭିତର ଦେଇ ରେଳ ରାସ୍ତା ରହିଛି, ସ୍ଥାନ ଅଭାବ କାରଣରୁ ଚୀନ୍ ପ୍ରଶାସନ ଏଭଳି ପଦକ୍ଷେପ ୨୦୧୬ରେ ନେଇଥିବା ଜଣାପଡ଼ିଛି । ପ୍ରଥମେ ସେଠାରେ ଥିବା ଆପାର୍ଟମେଣ୍ଟ ଗୁଡ଼ିକୁ ଭାଙ୍ଗିବାକୁ ନିଷ୍ପତ୍ତି ନିଆଯାଇଥିଲା, କିନ୍ତୁ ଲୋକଙ୍କୁ ବାସହୀନ କରିବାର ପାଇଁ ସ୍ଥାନୀୟ ମେୟର ରାଜି ହୋଇନଥିଲେ । ସ୍ଥାନୀୟ ମେୟର, ପ୍ରଶାସନକୁ ଅନୁରୋଧ କରି ଆପାର୍ଟମେଣ୍ଟ ଭିତର ଦେଇ ରେଳ ଚଲାଚଳର ପ୍ରସ୍ତାବ ଦେଇଥିଲେ, ଯାହା ପରେ ଏହାକୁ ପ୍ରଶାସନ ଗ୍ରହଣ କରିଥିଲେ । ୨୦୧୭ରୁ ସେହି ଆପାର୍ଟମେ ଭିତରେ ରେଳ ଗମନାଗମନ କରିବା ଫଳରେ ଲୋକଙ୍କ ରହଣି ଶୈଳିରେ ଯେପରି ବିଘ୍ନ ନଆସେ, ସେଥିପାଇଁ ରେଳ କ ୃର୍ପକ୍ଷ ମଧ୍ୟ ସଚେତନ ହୋଇଛନ୍ତି । ଉକ୍ତ ଆପାର୍ଟମେଣ୍ଟ ଭିତରେ ରେଳ ପ୍ରବେଶ କରିବା ମାତ୍ରେ ଏହାର ସମସ୍ତ କାଚ, ଝରକା, କବାଟର ରଙ୍ଗ କଳା ହୋଇଯାଏ । ଯାହାଫଳରେ ରେଳଯାତ୍ରୀମାନେ ଆପାର୍ଟମେଣ୍ଟ ଭିତରେ ଚଳପ୍ରଚଳ କରୁଥିବା ଲୋକଙ୍କୁ ଯେପରି ନଦେଖିବେ, ସେଥିପାଇଁ ରେଳରେ ଏଭଳି ସେନ୍ସର ଲଗାଯାଇଛି । ଚୀନ୍ର ତତ୍କାଳୀନ ରେଳ ଅଧିକାରୀ ଟିଂ ଜୋଇନୁଙ୍କ ମତରେ ଚୀନ୍ରେ ସ୍ଥାନ ଅଭାବ କାରଣରୁ ସେମାନେ ଆପାର୍ଟମେଣ୍ଟ ଭିତରେ ଦେଇ ରାସ୍ତା ତିଆରି କରିବାକୁ ବାଧ୍ୟ ହୋଇଥିଲେ । ଏସବୁ ଭିତରେ ଆପାର୍ଟମେ ରେ ରହୁଥିବା ବାସିନ୍ଦାଙ୍କ ଦୃଷ୍ଟିରେ ରଖି ଯେପରି ବ୍ୟକ୍ତିଗତ ଜୀବନଶୈଳୀ ପ୍ରଭାବିତ ନହେଉ, ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!