Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭର୍ଚୁଆଲ୍‌ ଟୁର୍‌ରେ ରାଜ୍ୟ ଜନଜାତି ସଂଗ୍ରହାଳୟ

by ସଞ୍ଜୟ ସ୍ୱାଇଁ
January 16, 2021
in Feature News
ଭର୍ଚୁଆଲ୍‌ ଟୁର୍‌ରେ ରାଜ୍ୟ ଜନଜାତି ସଂଗ୍ରହାଳୟ
171
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଅଗଷ୍ଟ ୨ ତାରିଖଠାରୁ ପ୍ରତ୍ୟେକ ରବିବାର ଦିନ ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‌ ଟୁରର ବ୍ୟବସ୍ଥା କରାଯାଇଛି । ଜାନୁଆରୀ ୧୭ ତାରିଖ ଦିନ ଦର୍ଶକମାନେ ଭିଡ଼ିଓ ଯୋଗେ ଲାଞ୍ଜିଆ ସଉରାଙ୍କ ପୋଷାକ ସଂପର୍କରେ ଜାଣିପାରିବେ ବୋଲି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର (ଡ.) ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି । ଓଡ଼ିଶାର ଗଜପତି ଓ ରାୟଗଡ଼ା ଜିଲ୍ଲାରେ ଲାଞ୍ଜିଆ ସଉରା ଜନଜାତି ସଂପ୍ରଦାୟ ମୁଖ୍ୟତଃ ବସବାସ କରିଥା’ନ୍ତି । ଏହି ଜନଜାତି ପୁରୁଷମାନେ ସେମାନଙ୍କର ନିଆରା ପୋଷାକ ଯୋଗୁଁ ଚିହ୍ନା ପଡ଼ନ୍ତି । ସେମାନେ ସୂତା ଲୁଗା ସହ ସେମାନଙ୍କର ଧଳା ଲିଓନ କପଡ଼ାରେ ନାଲି ଧଡ଼ି ‘ଆର୍‌ସି ଓଲେକାନ’ ପରିଧାନ କରିଥା’ନ୍ତି । ପୃଷ୍ଠଭାଗ ଲୁଗା ଲାଞ୍ଜ କିମ୍ବା ଲାଞ୍ଜିଆ ଭଳି ପରିଧାନ କରାଯାଇଥାଏ । ଏହି ସଂପ୍ରଦାୟ ବସ୍ତ୍ର ଝୁଲାଇ ପରିଧାନ କରୁଥିବାରୁ ସେମାନଙ୍କୁ ଲାଞ୍ଜିଆ ସଉରା ନାମରେ ନାମିତ କରାଯାଇଛି । ସ୍ଥାନୀୟ ବଜାରରୁ ଏହି ସଂପ୍ରଦାୟର ପୁରୁଷମାନେ ଅଳ୍ପ ଅଳଙ୍କାର ପିନ୍ଧିଥା’ନ୍ତି । ଉତ୍ସବ ପାଳନ ସମୟରେ ସେମାନେ ମୁଣ୍ଡରେ ଧଳାପର ଗୁଚ୍ଛ ଓ ସୂତୁଲିରେ ଘଣ୍ଟି ବାନ୍ଧି ନାଲି ବସ୍ତ୍ରର ଉପରେ ଶରୀରର ଉପର ଭାଗରେ ସଜେଇ ହୋଇଥା’ନ୍ତି । ମହିଳାମାନଙ୍କର ଧଳା ସୂତା ସ୍କାର୍ଟ ଆଣ୍ଠୁ ପର୍ଯ୍ୟନ୍ତ ଲମ୍ବିଥାଏ । ଲାଞ୍ଜିଆ ସଉରା ମହିଳାମାନେ ଶରୀରର ଉପର ଭାଗକୁ ଆଉ ଏକ ବସ୍ତ୍ର କିମ୍ବା ନୂତନ ବ୍ଲାଉଜ୍‌ ବ୍ୟବହାର କରିଥା’ନ୍ତି । ଏହି ସାଧାରଣ ପୋଷାକରେ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ଲାଞ୍ଜିଆ ସଉରା ଜନଜାତି ମହିଳାମାନେ କାଠରେ ତିଆରି କାନ ପ୍ଲଗ୍‌ ପିନ୍ଧିଥା’ନ୍ତି । ଏହା ସେମାନଙ୍କୁ ଶବ୍ଦରୁ ସୁରକ୍ଷା ଦେଇଥାଏ । ସେମାନେ ମୁଣ୍ଡରେ ଏକ ବନ୍‌ପିନ୍‌ ପରିଧାନ କରିଥା’ନ୍ତି ଓ ତାହାକୁ ଅସ୍ତ୍ର ଭାବେ ମଧ୍ୟ ବ୍ୟବହୃତ କରାଯାଇଥାଏ । ସୌନ୍ଦର୍ଯ୍ୟ ବୃଦ୍ଧି ନିମନ୍ତେ ସେମାନେ ଅନେକ ଚେନ୍‌ ବ୍ୟବହାର କରିଥା’ନ୍ତି । ଲାଞ୍ଜିଆ ସଉରା ଜନଜାତି ମହିଳାମାନେ ହାର ଓ ଆଙ୍କଲେଟ୍‌ ପରିଧାନ କରିଥା’ନ୍ତି । ବହୁ ପୂର୍ବରୁ ସେମାନେ ମଧ୍ୟରେ ମୁହଁରେ ଚିତା କୁଟାଉଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!