ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଶୁଭାରମ୍ଭ ହେଲା ବହୁ ପ୍ରତୀକ୍ଷିତ ମହାମାରୀ କୋଭିଡ୍-୧୯ର ଟିକା । ଯାହାକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ହସ୍ପିଟାଲର କୋଭିଡ୍-୧୯ ଟିକାର ଫିଡ୍ବ୍ୟାକ୍ ନେଇଛନ୍ତି । ମିଳିଥିବା ସୂଚନାନୁସାରେ, ସାରା ରାଜ୍ୟରେ ମହାମାରୀ କୋଭିଡ୍-୧୯ ଭାଇରସ୍ ଆତଙ୍କ ଚରିଥିଲା । ଯାହାକୁ ନେଇ କୋଭିଡ୍-୧୯ ଭାଇରସ୍ରୁ କେମିତି ଦେଶବାସୀ ମୁକ୍ତ ହେବେ ତା’ର ପ୍ରତିକାର ବାହାର କରିବା ଚେଷ୍ଟା ଜାରି ରଖିଥିଲେ । ତେବେ ବହୁ ପ୍ରତିକ୍ଷିତ ପରେ ଏହି ଭାଇରସ୍ରୁ ମୁକ୍ତ ହେବା ପାଇଁ କୋଭିଡ୍-୧୯ ଟିକା ‘କୋଭିସିଲଡ୍’ ଆସିଛି । ଯାହାକୁ ନେଇ ଆଜି ଏହାର ଶୁଭାରମ୍ଭ କରାଯାଇଥିବା ବେଳେ ଏହାର ଫିଡ୍ବ୍ୟାକ୍ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଟିକାକରଣର ଶୁଭାରମ୍ଭରେ କ୍ୟାପିଟାଲ ହସ୍ପିଟାଲ ଠାରେ ୧୧ଟା ୫ଟାରେ ଟିକାକରଣ ଆରମ୍ଭ ହୋଇଛି । ପ୍ରଥମେ ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ ଟିକା ନେଇଥିଲେ । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସି ମାଧ୍ୟମରେ ବିଭିନ୍ନ ହସ୍ପିଟାଲରୁ କୋଭିଡ୍-୧୯ ଟିକା କୋଭିସିଲଡ୍ ସଂପର୍କରେ ଫିଡ୍ବ୍ୟାକ୍ ନେଇ ବକ୍ତବ୍ୟ ରଖିଥିଲେ । ବକ୍ତବ୍ୟରେ, ଦୀର୍ଘ ୧୦ମାସ ହେଲା ଆମ କୋଭିଡ୍-୧୯ ଯୋଦ୍ଧାମାନେ ସଂଗ୍ରାମ କରିଆସିଛନ୍ତି । ଆପଣମାନଙ୍କ ତ୍ୟାଗ ଆମେ କେବେ ଭୁଲି ହେବ ନାହିଁ । ଏହି ଟିକାକରଣ ପାଇଁ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସାହାର୍ଯ୍ୟ ସହଯୋଗ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।





