Thursday, September 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମକରଯାତ୍ରା ଚଳଚଞ୍ଚଳ ପୀଠ

by ସଞ୍ଜୟ ସ୍ୱାଇଁ
January 14, 2021
in Nayagarh
ମକରଯାତ୍ରା ଚଳଚଞ୍ଚଳ ପୀଠ
214
VIEWS
Share on FacebookShare on Twitter

ନୟାଗଡ, (ବାଘୁଆବାର୍ତ୍ତା); ନୟାଗଡ଼ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଦେବାଦେବୀ ପୀଠ । ନୟାଗଡ଼ ସହର ସମେତ ଆଖାପାଖରେ ଥିବା ସମସ୍ତ ଦେବାଦେବୀ ପୀଠରେ ଆଜି ଭକ୍ତଙ୍କ ଗହଳୀ ଦେଖିବାକୁ ମିଳିଛି । ନୟାଗଡ଼ ସହରରେ ଅବସ୍ଥିତ ଦକ୍ଷିଣକାଳୀପୀଠ, ଖଣ୍ଡପଡ଼ା ରାସ୍ତାରେ ଥିବା ହନୁମାନ ମନ୍ଦିର, ତ୍ରିନାଥଛକଠାରେ ଅବସ୍ଥିତ ରାମ ମନ୍ଦିରରେ ଭିଡ଼ ଦେଖା ଯାଇଛି । ସେହିଭଳି ଭାବେ ମାଳିସାି ଗତିଶ୍ୱତ ପୀଠ ଏବଂ କଞ୍ଚନବିଲି ବାଲୁଙ୍କେଶ୍ୱର ପୀଠରେ ମଧ୍ୟ ଗହଳୀ ଦେଖିବାକୁ ମିଳିଛି । ଖଣ୍ଡପଡ଼ା ବ୍ଲକ ଅଧିନ ସମସ୍ତ ପୁରପଲ୍ଲୀରେ ଅବସ୍ଥିତ ଦେବାଦେବୀ ପୀଠ ଗୁଡ଼ିକ ପବିତ୍ର ମକରଯାତ୍ରା ଉପଲକ୍ଷେ ଚଳଚଂଚଳ ହୋଇଉଠିଛି । ଦେବାଦେବୀ ପୀଠ ଗୁଡ଼ିକରେ ପୂଜାର୍ଚ୍ଚନା ନିମନ୍ତେ ପ୍ରତ୍ୟୁଷରୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଖଣ୍ଡପଡ଼ା ସହରର ପ୍ରମୁଖ ଶୈବପୀଠ ଗୁଡ଼ିକରେ ଏ ନେଇ ରୀତିନୀତି ଅନୁଯାୟୀ ପୂଜାପାଠ, ହୋମଯଜ୍ଞ ଆଦି ମାଙ୍ଗଳିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ପୀଠରେ ବିଗ୍ରହମାନଙ୍କୁ ମକର ଚାଉଳ ଭୋଗ ଲାଗି କରାଯାଇଥିଲା । ଖଣ୍ଡପଡା ସହରର ମା’ ବାଉରୀ ଠାକୁରାଣୀଙ୍କ ପୀଠ, କଳସପଲ୍ଲୀ ସ୍ଥିତ ପଂଚମୁଖି ହନୁମାନଙ୍କ ପୀଠ, ୨ ନଂ ୱାର୍ଡ଼ସ୍ଥିତ ସଙ୍କଟମୋଚନ ହନୁମାନଙ୍କ ପୀଠରେ ମକର ପର୍ବ ଧୁମଧାମରେ ଆରମ୍ଭ ହୋଇଛି । ବିଭିନ୍ନ ସ୍ଥାନରେ ଆୟୋଜିତ ମକର ମେଳାକୁ ଉପଭୋଗ କରିବା ନିମନ୍ତେ ଆଖପାଖ ଅଂଚଳରୁ ଜନସାଧାରଣଙ୍କ ସମାଗମ ହୋଇଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!