ନୟାଗଡ଼,(ବାଘୁଆବାର୍ତ୍ତା): ବ୍ରେନ ଷ୍ଟୋକ୍ ଓ ଉକ୍ତ ରକ୍ତଚାପ ଯୋଗୁଁ ଭାପୁର ବ୍ଲକ୍ ପିଇଓଙ୍କ ପରଲୋକ ହୋଇଛି । ସେ ଚିକିତ୍ସାଧିନ ଅବସ୍ଥାରେ ଥିବା ବେଳେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି । ଗତକାଲି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଚଡେୟାପଲ୍ଲୀ କୁଜାମେଣ୍ଢି ବାସଭବନରେ ସନ୍ଧ୍ୟା ସମୟରେ କୃଷ୍ଣଚନ୍ଦ୍ର ମଲ୍ଲିକ୍(୫୯) ବସିଥିବା ବେଳେ ବ୍ରେନ୍ଷ୍ଟୋକ୍ ହେବାରୁ ଗୁରୁତର ହୋଇ ପଡିଥିଲେ । ପରିବାର ଲୋକ ଚିକିତ୍ସା ପାଇଁ ପ୍ରଥମେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟ ଚିକିତ୍ସା ପାଇଁ ଆଣିଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ମେଡିକାଲ ଓ ପରେ କଟକ ଏସ୍ସିବି ମେଡକାଲକୁ ଚିକିତ୍ସା ପାଇଁ ପଠାଯାଇଥିଲା । ତେବେ ଏସ୍ସିବି ଚିକିତ୍ସାଧିନ ଅବସ୍ଥାରେ ଆଜି ଅପରାହ୍ନରେ ମୃତ୍ୟୁ ଘଟିଥିବା ଜଣାପଡିଛି । ପିଇଓ କୃଷ୍ଣଚନ୍ଦ୍ର ମଲ୍ଲିକ୍ ବର୍ଷେ ହେଲା କାର୍ଯ୍ୟରୁ ନିଲମ୍ବିତ ହୋଇ ନିଜ ଘର ଦଶପଲ୍ଲା କୁଜାମେଣ୍ଢି ବାସଭବନରେ ଥିଲେ ।





