ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା): ଜାନୁୟାରୀ ୩୧ତାରିଖରୁ ପୋଲିଓ ଟିକା ଦିଆଯିବା ଯିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟରୁ ସୂଚନା ମିଳିଛି । ସୂଚନାନୁସାରେ, ଜାନୁୟାରୀ ୧୬ତାରିଖରୁ ମହାମାରୀ କୋଭିଡ୍-୧୯ ଟିକା ସମଗ୍ର ରାଜ୍ୟରେ ଦେବାକୁ ନିଷ୍ପ ହେବା ଯୋଗୁଁ, ଜାନୁୟାରୀ ୧୭ ତାରିଖରେ ଦିଆଯିବାକୁ ଥିବା ପୋଲିଓ ଟିକାକୁ କେନ୍ଦ୍ର ସରକାର ସ୍ଥଗିତ କରିଥିଲେ । ପରେ ଏହାର ପୁନଃ ଘୋଷଣା କରି ଜାନୁୟାରୀ ୩୧ତାରିଖରେ ଦିଆଯିବ ବୋଲି କେନ୍ଦ୍ର ଓ ପରିବାବ କଲ୍ୟାଣ ମନ୍ତ୍ରଣାଳୟ ନିଷ୍ପତି ନେଇଛି । ଜାନୁୟାରୀ ୩୦ତାରିଖରେ ୧୧.୪୫ ମିନିଟ୍ରେ ପ୍ରଥମେ ରାଷ୍ଟ୍ରପତିଙ୍କ ଭବନ ପରିସରରେ କେତେକ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଦିଆଯିବ ଏବଂ ୫ବର୍ଷରୁ କମ୍ ଶିଶୁମାନଙ୍କୁ ଜାନୁୟାରୀ ୩୧ତାରିଖରୁ ପୋଲିଓ ଟିକାକରଣ ଦିଆଯିବ ବୋଲି ଜଣାପଡ଼ିଛି ।





