Tuesday, May 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାତ୍ୟା ଡର, ପରିବା ଓ ଅତ୍ୟାବଶ୍ୟକ ଜିନିଷ ଦର ବଢ଼ାଇଲେ

by ସଞ୍ଜୟ ସ୍ୱାଇଁ
October 21, 2024
in Feature News
ବାତ୍ୟା ଡର,  ପରିବା ଓ ଅତ୍ୟାବଶ୍ୟକ ଜିନିଷ ଦର ବଢ଼ାଇଲେ
105
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବାତ୍ୟା ଆସିବ କି ନାହିଁ ଏଯାଏ ସ୍ପଷ୍ଟ ହୋଇନି । କିନ୍ତୁ ବାତ୍ୟା ନାଁରେ ବଜାରରେ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ପରିବା ଦର ବଢ଼ାଇଲେଣି ଅସାଧୁବ୍ୟବସାୟୀ । ଯାହା ବି ଖାଇବା ସାମଗ୍ରୀ ଅଛି, ସେସବୁରେ ୨୫ ପ୍ରତିଶତ ମୂଲ୍ୟ ବଢ଼ାଇ ସାରିଲେଣି । ରବିବାର ଭୁବନେଶ୍ୱରର ଡୁମୁଡୁମା, ପାତ୍ରପଡ଼ା ଭଳି କେତେକ ସ୍ଥାନରେ ଥିବା ଖୁଚୁରା ବ୍ୟବସାୟୀମାନେ ଆଳୁ କିଲୋ ପ୍ରତି ୪୦ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ପିଆଜ ଦର ୬୦ ଟଙ୍କା ଥିବାବେଳେ ତାହା ୬୫ରୁ ୭୦କୁ ବଢ଼ାଇ ଦେଇଛନ୍ତି । ଏ ବାବଦରେ ପଚାରିଲେ ବେପାରୀଙ୍କ ଅଜବ ଉତ୍ତର । ‘ବାତ୍ୟା ଆସୁଛି, ଆଳୁ ଗାଡ଼ି ଆସିନପାରେ । ଯେତିକି ଅଛି ସେତିକିରେ ବେପାର କରୁଛୁ ।’ ହଠାତ୍‌ ବେପାରୀମାନେ ମନଇଚ୍ଛା ଏମିତି ଦର ବଢ଼ାଇବାକୁ ନେଇ ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସବୁଦିନ ଭଳି ଶନିବାର ଭୁବନେଶ୍ୱର କୁବେରପୁରୀ ମଣ୍ଡିକୁ ଆଳୁ, ପିଆଜ ଗାଡ଼ି ଆସିଥିବା ଜଣାପଡ଼ିଛି । ଏହାସତ୍ତେ୍ୱ ବାତ୍ୟା ଆଳରେ କଳାବଜାରୀ କରୁଛନ୍ତି ଅସାଧୁ ବ୍ୟବସାୟୀ । ତେଣୁ ରାଜ୍ୟ ସରକାର ଏଦିଗରେ କଠୋର ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି । କେବଳ ସେତିକି ନୁହେଁ, ବାତ୍ୟା ଆସିବା ଭୟରେ ଆଜି ରାଜଧାନୀର ୧ ନମ୍ବର ହାଟରୁ ନେଇ ବିଭିନ୍ନ ସ୍ଥାନରେ ଥିବା ବଜାରରେ ପରିବା ଓ ଅନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିବାକୁ ପ୍ରବଳ ଭିଡ଼ ଲାଗିଛି । ଚଳିତ ବର୍ଷ ରାଜ୍ୟବାସୀଙ୍କୁ ଅଧିକ କଷ୍ଟ ଦେଇଛି ଆଳୁ ଓ ପିଆଜ । ଏହି ଦୁଇ ନିତିଦିନିଆ ଜରୁରି ସାମଗ୍ରୀର ଦର ଗତ ୬ମାସ ହେବ ନିୟନ୍ତ୍ରଣ ବାହାରେ । ପଶ୍ଚିମବଙ୍ଗ ସରକାର ଆଳୁ ଗାଡ଼ି ଅଟକାଇବା ପରେ ଆଳୁ ଦର ପ୍ରଥମେ ୫୦ ଓ ପରେ ୭୦ଟଙ୍କା ପର୍ଯ୍ୟନ୍ତ ଛୁଇଁଥିଲା। ଖାଉଟିଙ୍କ ଅସନ୍ତୋଷ ଓ ବିରୋଧ ପରେ ରାଜ୍ୟ ସରକାର ଉତ୍ତରପ୍ରଦେଶରୁ ଆଳୁ ଆଣିଲେ । ନାଫେଡ୍‌ ଜରିଆରେ ଆଳୁ ବଣ୍ଟନ ହୋଇଥିଲା । ଏହାପରଠୁ ଗତ ୩ମାସ ହେବ ଆଳୁ କିଲୋ ୩୦ରୁ ୩୫ ଟଙ୍କା ମଧ୍ୟରେ ସୀମିତ ରହିଛି । ତଥାପି ଏଭଳି ଦର ଖାଉଟିଙ୍କୁ ସୁହାଉନି । ସେହିପରି ପିଆଜ ଦର ମଧ୍ୟ ୬୦ଟଙ୍କାରେ ଅଟକିଛି । ଯନ୍ତ୍ରଣା ଏତିକିରେ ସରିନି । ଗତ ମାସେ ହେବ ପରିବା ଦର ଅନିୟନ୍ତ୍ରିତ ରହିଛି । ସ୍ଥାନୀୟ ଅଞ୍ଚଳରେ ପରିବା ଉତ୍ପାଦନ ହେଉନଥିବାରୁ ରାଜ୍ୟ ବାହାରୁ ପରିବା ଆସୁଥିବା ଦର୍ଶାଇ ଦର ବଢ଼ାଉଛନ୍ତି ବ୍ୟବସାୟୀ । କାର୍ତ୍ତିକ ମାସ ହେତୁ ସବୁ ପରିବା ଦର ପ୍ରାୟ ୬୦ ଉପରେ । ତା ସାଙ୍ଗକୁ ସମ୍ଭାବ୍ୟ ବାତ୍ୟା ନାଁରେ ଦୋକାନୀଙ୍କ କଳାବଜାରୀ ଗ୍ରାହକଙ୍କ କଟା ଘାରେ ଚୂନ ଲଗାଇବା ଭଳି ହୋଇଛି । ଯଦି ପରିବା ଦର ଆହୁରି ବଢ଼େ ସ୍ଥିତି ଶୋଚନୀୟ ହୋଇପଡ଼ିବ । ବ୍ୟବସାୟୀ ମହାସଂଘଙ୍କ କହିବା କଥା, ସବୁ କିଛି ଠିକ୍‌ଠାକ୍‌ ଚାଲିଛି । ଦର ବଢ଼ିବାର କୌଣସି କାରଣ ନାହିଁ । ହେଲେ କେତେକ ଅସାଧୁ ବ୍ୟବସାୟୀଙ୍କ ଯୋଗୁ ସମସ୍ତଙ୍କୁ କ୍ଷତି ସହିବାକୁ ନପଡ଼ୁ ବୋଲି ଅନ୍ୟ ବ୍ୟବସାୟୀମାନେ କହିଛନ୍ତି । ଏ ସଂକ୍ରାନ୍ତରେ କୁବେରପୁରୀ ବ୍ୟବସାୟୀ ସଂଘର ସଭାପତି ଶକ୍ତିଶଙ୍କର ମିଶ୍ର କହିଛନ୍ତି, କଳାବଜାରୀ ହେବା କଥା ସମ୍ପୂର୍ଣ୍ଣ ମିଛ । ଯଦି ବି ଏଭଳି ହେଉଥାଏ ତେବେ ତାହା ଭୁଲ । ଭୁବନେଶ୍ୱରକୁ ଦୈନିକ ୪ଶହ ଟନ୍‌ ଆଳୁ ଦରକାର । ସେଥିପାଇଁ ପଶ୍ଚିମବଙ୍ଗ ସହ ଉତ୍ତରପ୍ରଦେଶରୁ ୧୨ଗାଡ଼ି ଆଳୁ ଆସୁଛି । ଏବେ ଆମ ପାଖରେ ପର୍ଯ୍ୟାପ୍ତ ଆଳୁ ଅଛି । ସେହିପରି ଆନ୍ଧ୍ରପ୍ରଦେଶରୁ ପିଆଜ ଆସୁଛି । ତେଣୁ କଳାବଜାରୀର ପ୍ରଶ୍ନ ଉଠୁନି । ଯିଏ ବି ଅଧିକ ଦର ନେଉଛନ୍ତି, ଏଥିରୁ କ୍ଷାନ୍ତ ରହନ୍ତୁ ବୋଲି ସେ କହିଛନ୍ତି ।

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026
ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

May 24, 2026
ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

May 24, 2026
ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

May 23, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!