ନୟାଗଡ଼, (ବାଘୁଆବାର୍ତ୍ତା): ୨ ହଜାର ଟଙ୍କା ଲାଚଂ ନେବା ସମୟରେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ବାଣିଗୋଛା ଥାନା ଏଏସ୍ଆଇ ଲଳିତ କୁମାର ବେହେରା । ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଗିରଫ ଜରାଯିବା ସହ ତାଙ୍କ ପୈତୃକ ଗ୍ରାମ କନ୍ଧମାଳ ଜିଲ୍ଲା ଫୁଲବାଣୀ ସାହିରେ ଚଢ଼ାଉ କରାଯାଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି । ଏକ ଟ୍ରାକ୍ଟର ଥାନାରୁ ରିଲିଜ କରିବା ପାଇଁ ସ୍ଥାନୀୟ ରଙ୍ଗମାଟିଆ ନିକଟସ୍ଥ ରାଜପୁତ ହୋଟେଲଠାରେ ଏଏସ୍ଆଇ ଶ୍ରୀ ବେହେରା ୨ ହଜାର ଟଙ୍କା ଲାଚଂ ନେଉଥିବା ବେଳେ ଛପି ରହିଥିବା ଭିଜିଲାନ୍ସ କର୍ମଚାରୀ ମାନେ ତାଙ୍କୁ କାବୁ କରିଥିଲେ । ତାଙ୍କ ଠାରୁ ରଙ୍ଗବୋଳା ୨ ହଜାର ଟଙ୍କା ଜବତ କରାଯାଇଥିବା ଡିଏସ୍ପି ଶିଶିର କୁମାର ଭୋଇ ସୂଚନା ଦେଇଛନ୍ତି ।





