ନୟାଗଡ଼,(ବାଘୁଆବା ର୍ା): ପଦ୍ମଶ୍ରୀ ଡ଼ ପ୍ରକାଶ ରାଓଙ୍କ ଆଜି ପରଲୋକ ହୋଇଛି । ଆଜି ଏସ୍ସିବି କୋଭିଡ୍-୧୯ ଚିକିତ୍ସାଳୟରେ ଅପରାହ୍ଣ ୪.୧୫ ମିନିଟ୍ ସମୟରେ ପରଲୋକ ହୋଇଥିବା ନେଇ ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି । ସୂଚନାନୁସାରେ, ସମାଜସେବୀ ପଦ୍ମଶ୍ରୀ ଡ଼ ପ୍ରକାଶ ରାଓ ଡିସେମ୍ବର ୨୫ତାରିଖରେ ମହାମାରୀ କରୋନା କୋଭିଡ୍-୧୯ ଭାଇରସ୍ରେ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇ ପଡ଼ିଥିଲେ । ପରେ ପଦ୍ମଶ୍ରୀ ଡ଼ ରାଓଙ୍କୁ ଏସସିବି କୋଭିଡ୍-୧୯ ଚିକିତ୍ସାଳୟରେ ଚିକିତ୍ସା ପାଇଁ ପଠାଯାଇଥିଲା । ଡ଼ ରାଓଙ୍କ ସ୍ୱାସ୍ଥ୍ୟ ଗୁରୁତର ହେବାରୁ ତାଙ୍କୁ ଆଇସିୟୂରେ ଭ ିର୍ କରାଯାଇଥିଲା । ଏହାଛଡ଼ା ତାଙ୍କର ବ୍ଲଡ୍ ସୁଗାର ଓ ବ୍ଲଡ୍ ପ୍ରେସର ରହିଥିବାରୁ, ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଗଠନ କରାଯାଇଥିଲା । ଏହା ସ୍ୱତେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିନଥିଲା । ତେଣୁ ଆଜି ସେ ୍ରାଲ ଆଇସିୟୁ ସ୍ତାନାନ୍ତରିତ କରିବାର ଯୋଜନା କରିଥିଲା ଏସସିବି କୋଭିଡ୍-୧୯ ଚିକିତ୍ସାଳୟ କିନ୍ତୁ ତା’ ପୂର୍ବରୁ ସମାଜସେବୀ ପଦ୍ମଶ୍ରୀ ଡ଼ ପ୍ରକାଶ ରାଓଙ୍କ ପରଲୋକ ଘଟିଛି । ଏନେଇ ପଦ୍ମଶ୍ରୀ ଡ଼ ରାଓଙ୍କ ବିୟୋଗରେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କୃଷ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ଶୋକବ୍ୟକ୍ତ କରିଛନ୍ତି । ଏଥିସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡ଼ ରାଓଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନରେ କରାଯିବ ବୋଲି ଘୋଷଣା କରିଛନ୍ତି ।





