ନୟାଗଡ଼,(ବାଘୁଆବାର୍ତ୍ତା); ଖଣ୍ଡପଡା ବ୍ଳକ ଅଧିନ କିଆଝର ଗ୍ରାମର ଲକ୍ଷ୍ମଣ ଲେଙ୍କାଙ୍କ ୬ବର୍ଷର ପୁଆ ଲୁଡୁ ମଙ୍ଗଳବାର ଅପରାହ୍ନ ୩ଟାରୁ କେଉଁଆଡେ ନିଖୋଜ ହୋଇଯାଇଥିବା ଜଣାଯାଇଛି । ପରିବାରବର୍ଗ ଓ ସ୍ଥାନୀୟ ବାସିନ୍ଦା ସ୍ଥାନୀୟ ଅଂଚଳର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ କୈାଣସି ଖୋଜଖବର ମିଳି ନଥିଲା। ଏନେଇ ପରିବାରବର୍ଗ ଆଶା ଆଶଙ୍କାରେ ଖଣ୍ଡପଡା ଥାନାରେ ଗତକାଲି ସନ୍ଧ୍ୟାରେ ଅଭିଯୋଗ କରିଥିବା ଜଣାଯାଇଛି । ପୁଲିସ ଏବଂ ଓଡ୍ରାଫ ଟିମ୍ ଖୋଜାଖୋଜି କରିବା ପରେ ଆଜି ଗାଁ ପୋଖରୀରୁ ମୃତଦେହ ଉଦ୍ଧାର କରିଥିବା ସୂଚନା ମିଳିଛି। ଏହାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।





